ଅଧକୋଟିରୁ ଊର୍ଦ୍ଧ୍ୱ ଟଙ୍କା ହରାଇଲାଣି ଶ୍ରୀମନ୍ଦିର

ପୁରୀ ଅଫିସ,୯ା୪: ବିଶ୍ୱ ମହାମାରୀ କରୋନାକୁ ନେଇ ଏବେ ସବୁଆଡେ ଆତଙ୍କ। ସମଗ୍ର ବିଶ୍ୱ ଏବେ କରୋନା ସହିତ ଲଢ଼େଇ କରୁଛି। ଭାରତ ବି ଏଦିଗରେ ପ୍ରାଣମୂର୍ଚ୍ଛା ଚେଷ୍ଟା ଚଳାଇଛି। ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢୁଥିବାବେଳେ ଏବେ ସାରା ଦେଶ ୨୧ଦିନିଆ ଲକ୍‌ଡାଉନ ମଧ୍ୟରେ ରହିଛି। ଏହିକ୍ରମରେ ଗତମାସ ୨୦ ତାରିଖରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। ଯାହାର ସିଧାସଳଖ ପ୍ରଭାବ ପଡ଼ିଛି ବଡ଼ଦେଉଳ ହୁଣ୍ଡିରେ। ଇତିମଧ୍ୟରେ ଭକ୍ତଙ୍କ ଦର୍ଶନ ବନ୍ଦକୁ ୨୦ଦିନ ବିତିଥିବା ବେଳେ ଏହି ସମୟ ମଧ୍ୟରେ ପ୍ରାୟ ଅଧକୋଟିରୁ ଅଧିକ ଟଙ୍କା ହରାଇଛି ଶ୍ରୀମନ୍ଦିର ହୁଣ୍ଡି। ଲକ୍‌ଡାଉନ୍‌ କେବେ ଉଠିବ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଥିବାବେଳେ ଶ୍ରୀମନ୍ଦିର ଏକ ସିଂହଭାଗ ଅର୍ଥ ହରାଇଥିବା ଆଲୋଚନା ହେଉଛି।
କରୋନା ସଂକ୍ରମଣରୁ ଶ୍ରଦ୍ଧାଳୁଙ୍କୁ ସୁରକ୍ଷା ଦେବା ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି। କେବଳ ସେବାୟତମାନେ ମନ୍ଦିରକୁ ଯାଇ ଠାକୁରଙ୍କ ନୀତିକାନ୍ତି କରୁଛନ୍ତି। ଗତମାସ ୧୬ତାରିଖଠାରୁ କେତେକ କଟକଣା ଜାରି କରାଯାଇଥିଲା। ଯେପରିକି ଶ୍ରଦ୍ଧାଳୁ ମାସ୍କ ପିନ୍ଧିବେ। ପ୍ରବେଶ ପୂର୍ବରୁ ଏକ ଫର୍ମରେ ନିଜ ସମ୍ପର୍କରେ ତଥ୍ୟ ଦେବେ। ହାତକୁ ଭଲ ଭାବେ ସଫା କରିବେ। ଏଥିସହ ଗରୁଡ଼ ସ୍ତମ୍ଭ କିମ୍ବା ଅରୁଣ ସ୍ତମ୍ଭକୁ ଯେପରି ଛୁଇଁବେ ନାହିଁ ଏମିତି ଏକାଧିକ କଟକଣା ଜାରି କରାଯାଇଥିଲା। କିନ୍ତୁ ଏହି କଟକଣା କାର୍ଯ୍ୟକ୍ଷମ କରାଇବାରେ ସମସ୍ୟା ହେବାରୁ ଗତମାସ ୨୦ତାରିଖରୁ ଭକ୍ତଙ୍କ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ କରିଥିଲା ଜିଲା ପ୍ରଶାସନ। ପ୍ରଥମେ ଏପ୍ରିଲ ୧ ଏବଂ ପରେ ଏହି କଟକଣାକୁ ଆସନ୍ତା ୧୪ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସାଧାରଣ ଦର୍ଶନ ବନ୍ଦ ଥିବାରୁ ହୁଣ୍ଡିର ଆଉ ପୂର୍ବପରି ଦାନଅର୍ଥ ବାହାରୁ ନାହିଁ। ଫଳରେ ଶ୍ରୀମନ୍ଦିର ପ୍ରାୟ ଅଧକୋଟିରୁ ଅଧିକ ଟଙ୍କା ହରାଇଲାଣି ବୋଲି ଆଲୋଚନା ହେଉଛି। କାଁ ଭାଁ ଭକ୍ତ ସିଂହଦ୍ୱାରକୁ ବୁଲି ଆସୁଥିବାବେଳେ ହୁଣ୍ଡିରୁ ସମୁଦ୍ରକୁ ଶଙ୍ଖେ ଭଳି ଅର୍ଥ ବାହାରୁଛି।
ଶ୍ରୀମନ୍ଦିରକୁ ସାଧାରଣ ଦିନରେ ପ୍ରାୟ ୫୦ରୁ ୬୦ ହଜାର ଶ୍ରଦ୍ଧାଳୁ ଆସିଥାନ୍ତି। ତେଣୁ ପ୍ରତିଦିନ ହୁଣ୍ଡିରୁ ପ୍ରାୟ ଅଢେଇରୁ ତିନିଲକ୍ଷ ପର୍ଯ୍ୟନ୍ତ ଟଙ୍କା ବାହାରିଥାଏ। ଏହାବାଦ୍‌ ଛୁଟିଦିନ କିମ୍ବା ଅନ୍ୟାନ୍ୟ ପର୍ବପର୍ବାଣି ଦିନରେ ଭକ୍ତଙ୍କ ସଂଖ୍ୟା ଲକ୍ଷେ ଟପୁଥିବାବେଳେ ହୁଣ୍ଡି ଟଙ୍କା ପ୍ରାୟ ୫ଲକ୍ଷରୁ ଊର୍ଦ୍ଧ୍ୱ ବାହାରିଥାଏ। ଗତମାସ ୨୦ରୁ ଚଳିତମାସ ୮ ତାରିଖ ପର୍ଯ୍ୟନ୍ତ ଏହି ୨୦ ଦିନରେ ଯଦି ପୂର୍ବଭଳି ଦୈନିକ ୨.୫ଲକ୍ଷ ଟଙ୍କା ହିସାବକୁ ନିଆଯାଏ ତେବେ ଶ୍ରୀମନ୍ଦିର ପ୍ରାୟ ହୁଣ୍ଡିରୁ ୫୦ଲକ୍ଷରୁୁ ଊର୍ଦ୍ଧ୍ୱ ଟଙ୍କା ମିଳିବା କଥା। ହେଲେ ଇତିମଧ୍ୟରେ ହୁଣ୍ଡି ଅର୍ଥକୁ ମିଶାଇଲେ ଲକ୍ଷେ ଟଙ୍କା ବି ମିଳିପାରି ନାହିଁ। କେବଳ ଗତମାସ ୨୦ ତାରିଖ ଅର୍ଥାତ ଦର୍ଶନ ବନ୍ଦର ପ୍ରଥମ ଦିନ ସର୍ବାଧିକ ୨୩,୨୧୪ ଟଙ୍କା ବାହାରିଥିଲା। କାରଣ ପ୍ରତିଦିନ ସନ୍ଧ୍ୟା ପୂର୍ବରୁ ହୁଣ୍ଡି ଗଣତି ହେଉଥିବାରୁ ୧୯ ତାରିଖ ସନ୍ଧ୍ୟା ପରଠାରୁ ରାତ୍ର ପର୍ଯ୍ୟନ୍ତ ଟଙ୍କା ହିଁ ୨୦ ତାରିଖ ହୁଣ୍ଡି ଗଣତିରେ ସାମିଲ ଥିଲା। ସେହିପରି ଏହି ୨୦ ଦିନ ମଧ୍ୟରେ ବୁଧବାର ସର୍ବନିମ୍ନ ୨୮୪ଟଙ୍କା ବାହାରିଛି।
ସୂଚନାଥାଉ କି, ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନେ ହୁଣ୍ଡିରେ ଟଙ୍କା, ସୁନା, ରୂପା ଇତ୍ୟାଦି ପକାଇଥାନ୍ତି। କେହି କେହି ମାନସିକ କରି ବିଭିନ୍ନ ପ୍ରକାର ବସ୍ତ୍ର ମଧ୍ୟ ପକାଇଥାନ୍ତି। ଏହି ଦାନ ଅର୍ଥ ଏବଂ ସୁନା, ଅଳଙ୍କାର ଆଦି ପ୍ରତିଦିନ ସନ୍ଧ୍ୟାରେ ଗଣତି କରାଯାଇଥାଏ। ଶ୍ରୀମନ୍ଦିର ବେଢ଼ା ପରିସର ଶାଖା କାର୍ଯ୍ୟାଳୟରେ ଏହା ଗଣତି ହୁଏ। ପ୍ରତିଦିନ ହୁଣ୍ଡିରୁ କେତେ ଟଙ୍କା ମିଳେ ତାହାକୁ ଶ୍ରୀମନ୍ଦିର ପ୍ରଶାସନ ସର୍ବସାଧାରଣରେ ଅବଗତ କରାଇଥାଏ। ତେବେ ଗତ ୨୦ତାରିଖଠାରୁ ଭକ୍ତଙ୍କ ଦର୍ଶନ ବନ୍ଦ ଥିଲେ ମଧ୍ୟ ହୁଣ୍ଡିରୁ କିପରି ଦାନ ଅର୍ଥ ବାହାରୁଛି ତାକୁ ନେଇ ଅନେକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି। ତେବେ ଏସମ୍ପର୍କରେ ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି, ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡ଼ାଯାଉ ନାହିଁ। ମାତ୍ର ଅନେକ ଶ୍ରଦ୍ଧାଳୁ ଅଛନ୍ତି ଯେଉଁମାନେ ପ୍ରତ୍ୟହ ଦର୍ଶନ ପାଇଁ ଆସୁଛନ୍ତି। ସେମାନେ ସିଂହଦ୍ୱାର ଗୁମୁଟରେ ଥିବା ପତିତପାବନଙ୍କୁ ଦର୍ଶନ କରିବା ସହ ପତିତପାବନ ବାନାକୁ ମୁଣ୍ଡିଆ ମାରି ଫେରୁଛନ୍ତି। ଏହି ଭକ୍ତମାନଙ୍କ ମଧ୍ୟରୁ ଅନେକ ମହାପ୍ରଭୁଙ୍କୁ ଦାନ ଦେବାକୁ ଚାହିଁଥାନ୍ତି। ହେଲେ ଭିତରକୁ ଯାଇପାରୁ ନ ଥିବାବେଳେ ସେମାନେ ସେବାୟତ, ଶ୍ରୀମନ୍ଦିର କର୍ମଚାରୀ, ପୋଲିସଙ୍କୁ ଦାନ ଅର୍ଥ ଦେଇ ହୁଣ୍ଡିରେ ପକାଇ ଦେବାକୁ କହିଥାନ୍ତି। ତେଣୁ ଏହିପରି ଭାବେ ପ୍ରତ୍ୟହ ହୁଣ୍ଡିରୁ ଯାହା କିଛି ଦାନ ଅର୍ଥ ବାହାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କଲା କଂଗ୍ରେସ

ଭୁବନେଶ୍ୱର,୨୧।୯: ଭରତପୁର ଥାନା କାଣ୍ଡ ପ୍ରତିବାଦରେ ଶନିବାର କଂଗ୍ରେସ ଅଣ୍ଡା ଟମାଟୋ ମାଡ଼ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବା ବେଳେ ଅଣ୍ଡା ଟମାଟୋ...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri