Categories: ଜାତୀୟ

ଅଧରାତିରେ ମନ୍ଦିର କବାଟ ଖୋଲି ବିବାହ କଲେ ପ୍ରଶାସନିକ ଅଧିକାରୀ

ଲକ୍ଷ୍ନୌ,୧୨।୧୦: ଉତ୍ତରପ୍ରଦେଶର କୁଶିନଗରରେ ଜଣେ ପ୍ରଶାସନିକ ଅଧିକାରୀ ଶୁକ୍ରବାର ବିଳମ୍ବିତ ରାତିରେ ମନ୍ଦିରରେ ବିବାହ କରିଥିବା ଜଣାପଡ଼ିଛି। ମନ୍ଦିର ରାତିରେ ବନ୍ଦ ଥିବା ବେଳେ ନିୟମ ଭାଙ୍ଗି ବିବାହ ହୋଇଥିବାରୁ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ଖଡ୍ଡାର ଅତିରିକ୍ତ ଜିଲାପାଳ ଦିନେଶ କୁମାର ଦୀର୍ଘ ୪ବର୍ଷ ଧରି ଜଣେ ଯୁବତୀ ରେଣୁଙ୍କ ସହ ଲିଭ୍‌ ଇନ୍‌ ରିଲେସନଶିପ୍‌ରେ ରହୁଥିଲେ। ହେଲେ ଏକ ମାସ ପୂର୍ବରୁ ଦିନେଶଙ୍କ ହାପୁଡ ଜିଲାକୁ ସ୍ଥାନାନ୍ତର ହୋଇଯାଇଥିଲା। ଶୁକ୍ରବାର ସେ ଜିଲା ମୁଖ୍ୟାଳୟକୁ ଆସିଥିଲେ। ସେହି ସମୟରେ ଉକ୍ତ ଯୁବତୀ ମଧ୍ୟ କାର୍ଯ୍ୟାଳୟରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ଦିନେଶ ଓ ତାଙ୍କ ଭିତରେ ଥିବା ସବୁ ସମ୍ପର୍କ ବିଷୟରେ ଜିଲାପାଳଙ୍କୁ ସେ ଜଣାଇଥିଲେ। ଏଥିସହ ତାଙ୍କୁ ସେ ବିବାହ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ଏହାପରେ ଜିଲାପାଳ ତାଙ୍କୁ ଯେତେ ବୁଝାଇ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଶେଷରେ ରାତି ୮ଟାରେ ରେଜିଷ୍ଟ୍ରାର ଅଫିସ ଖୋଲାଯାଇ ଦୁଇ ଜଣ ବିବାହ କରିଥିଲେ। ଏହାପରେ ରାତି ୧୨ଟାରେ ପଡ଼ରୋନା ନଗର ସ୍ଥିତ ଗାୟିତ୍ରୀ ମନ୍ଦିରର କବାଟ ଖୋଲାଯାଇଥିଲା। ମନ୍ଦିରର ପଣ୍ଡିତ ଦିନେଶ ଓ ରେନୁଙ୍କ ବିବାହ କରାଇଥିଲେ।

Share