ତେଜପତ୍ର ପାଣି ପିଇଲେ ଅନେକ ଉପକାର ମିଳିଥାଏ। ରାତିରୁ ପାଣିରେ ଭିଜା ଯାଇଥିବା ତେଜପତ୍ର ପାଣିରୁ ସକାଳେ ଅଧାକପ୍ ପିଇଲେ ପେଟରେ ଥିବା ଚର୍ବି କମିବାକୁ ଆରମ୍ଭ କରିଥାଏ। ଏହା ମେଦବହୁଳ ରୋଗୀଙ୍କ ପାଇଁ ମହୌଷଧୀ ସଦୃଶ କାର୍ଯ୍ୟ କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ତେଜପତ୍ର ପାଣିରେ ଫୋଲିକ୍ ଏସିଡ୍, ଆଣ୍ଟି-ଅକ୍ସିଡାଣ୍ଟ୍, ଫାଇଟୋ ନ୍ୟୁଟ୍ରେଣ୍ଟସ୍, ସାଲିସାଇଲେଟ୍, କ୍ୟାଫିକ୍ ଏସିଡ୍, ଭିଟାମିନ୍ ତଥା ଖଣିଜ ପଦାର୍ଥ ରହିଥାଏ। ଏହାଦ୍ୱାରା ଡାଇବେଟିସ୍, ହାର୍ଟ ସମସ୍ୟା, ମହିଳାଙ୍କ ରତୁସ୍ରାବ ସମସ୍ୟା ଆଦି ଦୂର ହୋଇଥାଏ। ଥଣ୍ଡା ଏବଂ କାଶ ନିରାକରଣ କ୍ଷେତ୍ରରେ ଏହାର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ତେଣୁ ସୁସ୍ଥ ସ୍ବାସ୍ଥ୍ୟ ପାଇଁ ପ୍ରତିଦିନ ଅଧାକପ୍ ଉଷୁମ ତେଜପତ୍ର ପାଣି ପିଇଲେ ଶରୀର ନିରାମୟ ରହିଥାଏ।