ଅଧାପନ୍‌ତରିଆ ପଡ଼ିଛେ ପଢ଼ାକୁଠି ତିଆରି କାମ୍‌:୨ଟା କୁଠିଥି ୮ଟା ଶ୍ରେଣୀର ଛାତ୍ରୀଛାତ୍ର

ଲୋଇସିଂହା, ୮।୬(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଁଚେତ୍‌ ଅଧୀନ ଅଗଲାପାଲି ଗଁାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ନୂତନ ପଢ଼ାକୁଠି ତିଆରିରେ ବଡ଼ଭାରି ହେରଫେର ହେଇଥିବାର ଗଁାବାସୀ ଅଭିଯୋଗ କରିଛନ୍‌। ଯେନ୍‌ଥିରଲାଗି ତିଆରି କାମ୍‌ ଗଲା ୫ ବଛର ହେଲା ଅଧାପନ୍‌ତରିଆ ହେଇ ପଡ଼ିଛେ। ଇଆଡ଼େ ପଢ଼ାକୁଠି ଅଭାବୁ ଛାତ୍ରୀଛାତ୍ରକଁର ପାଠ୍‌ପଢ଼ାରେ ଖେଲଢ଼େପ ହେଉଥିବାର ଅଭିଭାବକମାନେ ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ଅଗଲାପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଲୟଟା ୧୯୫୩ ସାଲେ ଥାପନା ହେଇଥିଲା। ଏହେଦେ ସ୍କୁଲରେ ୮ ଶ୍ରେଣୀ ତକ୍‌ ପଢ଼ବାର ବେବସ୍‌ତା ଥିଲାବେଲେ ମୋଟ ୧୨୦ ଛାତ୍ରୀଛାତ୍ର ପାଠ୍‌ ପଢ଼ୁଛନ୍‌। ୨୦୧୨ ସାଲେ ସ୍କୁଲର ପୁରାତନ କୁଠାର ଛାତୁ ସିମେଟ ଅତଡ଼ା ପଡ଼ି ୨ ଝନ୍‌ ଛାତ୍ର ଖଁଡ଼ିଆଡଁଡ଼ିଆ ହେଇଥିଲେ। ସେଦିନ୍‌ଠାନୁ ଶିକ୍ଷା ବିଭାଗ ସ୍କୁଲର ୮ଟାରୁ ୬ଟା କୁଠିକେ ବଁଦ୍‌ କରିଦେଇଛେ। ଇଆଡ଼େ ପଢ଼ାକୁଠି ଅଭାବୁ ଛାତ୍ରୀଛାତ୍ରକଁର ପାଠ୍‌ପଢ଼ାରେ ବଡ଼ଭାରି ଅସ୍‌ବିଧା ହେଲାରୁ ଗଁାବାସୀ ପରଶାସନକେ ଗୁହାରି କରିଥିଲେ। ଇତାର ପରେ ଶିକ୍ଷା ବିଭାଗ ଅଧ୍‌କା ୩ଟା ନୂତନ୍‌ ପଢ଼ାକୁଠି ତିଆରିବାକେ ଅନୁଦାନ ଦେଇଥିଲା। ସେ ସମିଆରେ ଥିବାର ପ୍ରଧାନଶିକ୍ଷକ କୁଠି ତିଆରି ଦାଇତିଅରେ ରହିଥିଲେ। ହେଲେ ବଡ଼ଭାରି ହେରଫେର ଲାଗି କୁଠି ତିଆରିବେଲେ ଛାୟା ଭାଂଗିଯାଇଥିଲା। ଯେନ୍‌ଟାକେ ନେଇ ଗଁାବାସୀକର ଭିତରେ ଅସନ୍‌ତୋଷ ଦେଖାଦେଇଥିଲା। ବିଭାଗୀୟ ତଦଁତ୍‌ ଉତାରୁ ଇ ନୂତନ କୁଠି ତିଆରି କାମ୍‌କେ ବଁଦ୍‌ କରି ଦିଆଯାଇଥିଲା। ସେଦିନ୍‌ଠାନୁ ଆଏଜ୍‌କେ ୫ ବଛର ହେଲା ନୂତନ କୁଠି ତିଆରି କାମ୍‌ ଅଧାପନ୍‌ତରିଆ ହେଇ ପଡ଼ିରହିଛେ। ଇଆଡ଼େ ପଢ଼ାକୁଠି ଅଭାବ୍‌ ଲାଗି ଛାତ୍ରୀଛାତ୍ର, ଶିକ୍ଷକ ବଡ଼ଭାରି ସମସିଆର ସାମନା କରୁଛନ୍‌। ଅଫିସ ଘର ସମେତ ୨ ବଖରା ଘରେ ୮ଟା ଶ୍ରେଣୀର ଛାତ୍ରୀଛାତ୍ର ବସି ପାଠ୍‌ ପଢ଼ୁଛନ୍‌। ଇ ବାବ୍‌ଦେ ପ୍ରଧାନଶିକ୍ଷକ ଯବଦୁ ପଧାନକଁର ମତାମତ ନାଇଁ ମିଲିପାରି। ସ୍କୁଲ ପରିଚାଲନା କମିଟିର ସଭାପତି ପ୍ରସାଦି ସାହୁ କହିଛନ୍‌ ଯେ, ଇ କାମ୍‌ଟା ପୂରବର ପ୍ରଧାନ ଶିକ୍ଷକକଁର ଅମଲର। ତାହାକୁ ଉନିଆ ସ୍କୁଲକେ ବଦଲି ହେଇଯାଇଛେ। ନୂତନ କୁଠିର ତିଆରି କାମ୍‌ ଅଧାପନ୍‌ତରିଆ ହେଇ ପଡ଼ିଛେ। ଦୁଖର କଥା ଇ ବାବ୍‌ଦେ ଶିକ୍ଷା ବିଭାଗ କି ପରଶାସନକେ ଜନାଲେ କେହି କେହେନ୍‌ସି ପରକାର ପଦକ୍ଷେପ ନାଇଁ ନେବାର ବଲି ସେ କହିଥିଲେ।