ଅଧାବାଟରେ ପଙ୍କଚର ହେଲା ୧୦୮: ମେଡ଼ିକାଲ ଡେରିରେ ପହଞ୍ଚି ଗଲା ରୋଗୀଙ୍କ ଜୀବନ

ରାୟଗଡା ଅଫିସ, ୧୬।୧୦: ରୋଗୀଙ୍କୁ ଧରି ଆସୁଥିଲା ୧୦୮ ଆମ୍ବୁଲାନ୍ସ। କିନ୍ତୁ ତାହା ଅଧାବାଟରେ ପଙ୍କଚର ହୋଇଗଲା। ଦୁଇଘଣ୍ଟା ପରେ ଅନ୍ୟ ଏକ ଆମ୍ବୁଲାନ୍ସ ବ୍ୟବସ୍ଥା କରି ରୋଗୀଙ୍କୁ ଡାକ୍ତରଖାନା ପଠାଗଲା। କିନ୍ତୁ ଠିକ୍‌ ସମୟରେ ଜରୁରିକାଳୀନ ସ୍ବାସ୍ଥ୍ୟସେବା ନପାଇ ଚିକିତ୍ସାଧୀନ ଅବସ୍ଥାରେ ରୋଗୀଙ୍କ ମୃତ୍ୟୁ ହୋଇଛି। ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ବୁଧବାର ଏଭଳି ଅଭାବନୀୟ ଘଟଣା ଘଟିଛି।
କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତ ସଦର ଗ୍ରାମର ସୋମନାଥ ବିଡ଼ିକାଙ୍କ ସ୍ତ୍ରୀ କଲ୍ୟାଣୀ (୨୦) ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। କଲ୍ୟାଣୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ନେବା ପାଇଁ ସୋମନାଥ ୧୦୮କୁ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ ସେଠାରେ ପହଞ୍ଚତ୍ କଲ୍ୟାଣୀଙ୍କୁ ଡାକ୍ତରଖାନା ଆଣୁଥିଲା। କିନ୍ତୁ ୪ କିମି ପୂର୍ବରୁ ଆମ୍ବୁଲାନ୍ସ ଟାୟାର ପଙ୍କଚର୍‌ ହୋଇଯାଇଥିଲା। ପରେ ଆମ୍ବୁଲାନ୍ସ କର୍ମଚାରୀ ୧୦୨କୁ ଖବର ଦେଇଥିଲେ। ଦୀର୍ଘ ୨ଘଣ୍ଟା ପରେ ୧୦୨ ସେଠାରେ ପହଞ୍ଚି କଲ୍ୟାଣୀଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା। ସେଠାରେ କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା।

Share