କେବେ ଏରୋପ୍ଲେନ୍ରେ ଯାତ୍ରା କରିଛନ୍ତି କି? ଯଦି ହଁ ତେବେ ନିଶ୍ଚିତ ଦେଖିଥିବେ ଅଧିକାଂଶ ଏରୋପ୍ଲେନ୍ର ରଙ୍ଗ ଧଳା। ମନକୁ ବହୁବାର ପ୍ରଶ୍ନ ମଧ୍ୟ ଆସିଥିବ କ’ଣ ପାଇଁ ଏରୋପ୍ଲେନ୍ର ରଙ୍ଗ କଳା, ନୀଳ, ହଳଦିଆ ନ ହୋଇ ଧଳା ହୋଇଛି। ତେବେ ଆସନ୍ତୁ ଜାଣିବା ଏହାର ରହସ୍ୟ ସମ୍ପର୍କରେ…
ଏରୋପ୍ଲେନ୍ର ରଙ୍ଗ ଧଳା ହେବା ପଛରେ ଏକ ବୈଜ୍ଞାନିକ କାରଣ ରହିଛି। ସୂର୍ଯ୍ୟଙ୍କ କିରଣକୁ ପରିବର୍ତ୍ତନ କରିବାରେ ଧଳାରଙ୍ଗର କ୍ଷମତା ଢେର୍ ଅଧିକ। ଏମିତିରେ ଧଳା ରଙ୍ଗ ଯୋଗୁ କମ୍ ଗରମ ବି ହୋଇଥାଏ। ତେଣୁ ଏରୋପ୍ଲେନ୍ର ବାହାର ଅଂଶ ଧଳା ହୋଇଥାଏ। ଅନ୍ୟ ଏକ କାରଣ ହେଲା ଏରୋପ୍ଲେନ୍ଟି ବଡ଼ ହୋଇଥିବାରୁ ଏଥିରେ ଅଧିକ ଲୋକ ଯାତ୍ରା କରିଥା’ନ୍ତି। ତେଣୁ ଧଳା ରଙ୍ଗ ହୋଇ ନ ଥିଲେ ଅତ୍ୟଧିକ ଗରମ ହୋଇ ଲୋକେ ମୃତାହତ ହୁଅନ୍ତେ। ଏତଦ୍ବ୍ୟତୀତ କୌଣସି ଏରୋପ୍ଲେନ୍ ଦୁର୍ଘଟଣାଗ୍ରସ୍ତ ହେଲେ ଆକାଶର ନୀଳ ରଙ୍ଗରେ ଧଳାକୁ ଖୋଜି ପାଇବା ଖୁବ୍ ସହଜ ହୋଇଥାଏ। ତେଣୁ ଏସବୁ କାରଣ ଯୋଗୁ ଏରୋପ୍ଲେନ୍ର ରଙ୍ଗ ଧଳା।