ଅଧିକାଂଶ ଯୁବପିଢ଼ି ହୃଦ୍‌ରୋଗର ଶିକାର ହେଉଛନ୍ତି

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଓଡିଏମ୍‌ ପବ୍ଲିକ୍‌ ସ୍କୁଲ ପରିସରରେ ଶୁକ୍ରବାର ‘ବିଶ୍ୱ ହୃଦୟ ଦିବସ’ ଅବସରରେ ଦୁଇଦିନିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ହୃଦ୍‌ରୋଗ ବିଶେଷଜ୍ଞ ଡା. ପ୍ରଶାନ୍ତ ସାହୁ, ଏଫ୍‌ଆଇଏଏମ୍‌ଏସ୍‌ ଇଣ୍ଟରନ୍ୟାଶନାଲ୍‌ ମେଡିସିନ୍‌ ସ୍ପେଶାଲିଷ୍ଟ ଡା. ବିଜୟ ମିଶ୍ର, କ୍ୟାପିଟାଲ ହସ୍ପିଟାଲ ବିଭାଗୀୟ ମୁଖ୍ୟ ତଥା ଏଫ୍‌ଆଇସିସି ହୃଦ୍‌ରୋଗ ବିଶେଷଜ୍ଞ ଡା. ରାମଭଟ୍‌ଲା ସୂର୍ଯ୍ୟ ନାରାୟଣ ମୂର୍ତ୍ତି, କିମ୍ସର ଇମ୍ୟୁନୋଲଜିଷ୍ଟ୍‌ ଡା. ସାକିର ଅହମ୍ମଦ, ଆୟୁର୍ବେଦିକ ଡା. ଅମ୍ବିକା ପ୍ରସାଦ ନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇ ହୃତ୍‌ପିଣ୍ଡର ଯତ୍ନ ଓ ସୁରକ୍ଷା ବିଷୟରେ କହିଥିଲେ। ବର୍ତ୍ତମାନ ସମୟରେ ଅଧିକାଂଶ ଯୁବବର୍ଗ ହୃଦ୍‌ରୋଗର ଶିକାର ହେଉଛନ୍ତି। ସେଥିପାଇଁ ସୁଷମ ଖାଦ୍ୟ, ସବୁଜ ପନିପରିବା, ଫଳ ଖାଇଲେ ଏହି ରୋଗରୁ ରକ୍ଷା ମିଳିବ ବୋଲି ଅତିଥିମାନେ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଚିତ୍ରକଳା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

Share