ଅଧିକାରୀ ପହଞ୍ଚିବା ପୂର୍ବରୁ ଲୁଚି ପଳାଇଲେ ଖଣିମାଫିଆ

ଖଇରା,୧୦।୬(ଡି.ଏନ.ଏ.)- ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ରେ ସାଧାରଣ ଲୋକେ କରୋନା ଭୟରେ ଘରେ ରହୁଛନ୍ତି। ହେଲେ ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡ଼ରେ ଖଣିମାଫିଆମାନେ କିନ୍ତୁ ୧୪୪ ଧାରା ନିୟମକୁ ଉଲ୍ଲଂଘନ କରି ପଥର ଖୋଳା ଅବ୍ୟାହତ ରଖିଛନ୍ତି। ବୁଧବାର କୌଣସି ସୂତ୍ରରୁ ଖବର ପାଇ ଖଇରା ତହସିଲଦାର ପ୍ରଦୀପ ସାହୁ ଓ ଅତିରିକ୍ତ ତହସିଲଦାର ବିଭାସ ରଞ୍ଜନ ପାଣିଗ୍ରାହୀ ପାହାଡ଼କୁ ଯାଇ ବିଭିନ୍ନ ପଥର ଖଣିରେ ଚଢ଼ାଉ କରିଥିଲେ। ହେଲେ ପଥର ଖୋଳୁଥିବା ମାଫିଆମାନେ ଅଧିକାରୀମାନେ ପହଞ୍ଚତ୍ବା ପୂର୍ବରୁ ଦୌଡ଼ି ପାହାଡ଼ ଭିତରେ ଲୁଚି ଯାଇଥିଲେ। କେତେକ ସ୍ଥାନୀୟ ବାସୀନ୍ଦା ଖଣି ଉତ୍ତୋଳନ କାର୍ଯ୍ୟରେ ଲିପ୍ତ ଅଛନ୍ତି। ସେମାନେ ଯିବା ପୂର୍ବରୁ ତାଙ୍କ ନିକଟରେ ଖବର ପହଞ୍ଚତ୍ ଯାଉଥିବାରୁ ତାଙ୍କୁ ଧରିବା ସମ୍ଭବ ହେଉ ନାହଁି ବୋଲି ତହସିଲଦାର ପ୍ରଦୀପ କୁମାର ସାହୁ କହିଛନ୍ତି।