ଅଧିକାର ପାଇଁ ଲଢେଇ କରିବାକୁ ଆହ୍ବାନ

ଖପ୍ରାଖୋଲ, ୧୮ା୧୧(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିର୍ସା ମୁଣ୍ଡାଙ୍କ ୧୪୪ତମ ଜୟନ୍ତୀ ସମାରୋହ ଏସ୍‌ଟି, ଏସ୍‌ସି କର୍ମଚାରୀ ସଂଘ ଆନୁକୂଲ୍ୟରେ ରବିବାର ପାଳିତ ହୋଇଯାଇଛି ା ଏସ୍‌ଟି, ଏସସି କର୍ମଚାରୀ ସଂଘ ସଭାପତି ରାହାସ ବିହାରୀ ମଲ୍ଲିକ ସମାବେଶରେ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥିଭାବେ ବେଲପଡା ବିଡିଓ ଭିକ୍ଟର ସୋରେନ୍‌, ମୁଖ୍ୟବକ୍ତା ଖପ୍ରାଖୋଲ ବିଡିଓ ତରଣୀ ସୁନା, ସମ୍ମାନିତ ଅତିଥି ହରିଶଙ୍କର ବନାଞ୍ଚଳ ଅଧିକାରୀ ଶ୍ରୀବସତ୍ କୁମୁରା, ବେଲପଡା ଏବିଡିଓ ରାମବିଳାସ ମଙ୍ଗରାଜ, ସଂଘ ଉପସଭାନେତ୍ରୀ ବିଦ୍ୟୁତପ୍ରଭା ନାଗ, ହେମସାଗର ମାଝୀ, ଲଳିତ ସୁନା, ଟିକେଶ୍ୱର ଧରୁଆ, ସାମାଜିକ କର୍ମୀ ରାଜେଶ ଝାଙ୍କର, କବି ସତ୍ୟାନନ୍ଦ ଭୋଇ ପ୍ରମୁଖ ଯୋଗଦେଇଥିଲେ ା ଅତିଥିମାନେ ବିର୍ସା ମୁଣ୍ଡାଙ୍କ ଜୀବନୀ, ସଂଗ୍ରାମର କାହାଣୀ ଅବତାରଣା କରିଥିଲେ। ଜାତି ଓ ଜନ୍ମ ମାଟିର ସୁରକ୍ଷା ପାଇଁ ତାଙ୍କ ଜୀବନ ବ୍ୟାପୀ ଲଢେଇ ଉପରେ ଆଲୋକପାତ କରାଯାଇଥିଲା। ଅଧିକାର ପାଇଁ ସମସ୍ତେ ସଂଗଠିତ ହୋଇ ଲଠେଇ କରିବାକୁ ଅତିଥିମାନେ ଆହ୍ବାନ ଦେଇଥିଲେ ା

Share