ଅଧିକ କରୋନା ସଂକ୍ରମଣ ହେବା ସମ୍ମାନର କଥା: ଟ୍ରମ୍ପ୍‌

ଓ୍ବାଶିଂଟନ,୨୦।୫: ଆମେରିକାରେ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଇତିମଧ୍ୟରେ ଏଠାରେ ୧୫ ଲକ୍ଷ ୭୦ ହଜାର ୫୮୩ ଜଣ ସଂକ୍ରମିତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୯୩ ହଜାର ୫୩୩ରେ ପହଞ୍ଚିଛି। ଏପରିସ୍ଥଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି ଯେ, ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସମ୍ମାନର କଥା। ଆମେରିକାରେ ସଂକ୍ରମଣ ବଢ଼ିବା ଅତ୍ୟନ୍ତ ଖୁସିର କଥା। ଏହା ସୂଚିତ କରୁଛି, ଆମେରିକାରେ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି। ଦେଶର କରୋନା ପରୀକ୍ଷା ବ୍ୟବସ୍ଥା ବେଶ୍‌ ବିକଶିତ ବୋଲି ଟ୍ରମ୍ପ୍‌ ସୂଚନା ଦେଇଛନ୍ତି। ଟ୍ରମ୍ପ୍‌ଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share