Categories: ଜାତୀୟ

ଅଧିକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନେଇ କୋର୍ଟର ଦ୍ୱାରସ୍ଥ ହେଲେ ନିର୍ଭୟା ମାମଲାର ଦୋଷୀ

ନୂଆଦିଲ୍ଲୀ,୨୦।୨: ଫାଶୀ ଦଣ୍ଡାଦେଶକୁ ଏଡେଇବାକୁ ଯାଇ ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ଗୋଟିଏ ପରେ ଗୋଟିଏ ଉପାୟ ଚିନ୍ତା କରୁଛନ୍ତି। ଏହି ମାମଲାର ଦୋଷୀ ବିନୟ ଶର୍ମା ପୁଣିଥରେ ପଟିଆଲା ହାଉସ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏଥର ସେ ତାଙ୍କ ମାନସିକ ସ୍ବାସ୍ଥ୍ୟ ଠିକ୍‌ ନ ଥିବା ଦର୍ଶାଇ ତାଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବାକୁ କହିଛନ୍ତି। ବିନୟଙ୍କ ଓକିଲ ଏପି ସିଂ ଏହା ଦାଖଲ କରିଛନ୍ତି। ଅଭିଯୋଗ ଉଲ୍ଲେଖ କରାଯାଇଛି କି ବିନୟଙ୍କ ହାତ ଓ ମୁଣ୍ଡରେ ଗଭୀର କ୍ଷତ ହୋଇଛି ଓ ସେ କାହାକୁ ଚିହ୍ନି ପାରୁ ନାହାନ୍ତି। ଏଥିପାଇଁ ତୁରନ୍ତ ତାଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉ ବୋଲି ସେ କହିଛନ୍ତି। ଏହି ମାମଲାର ଶୁଣାଣି ଶନିବାର ହେବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ବିନୟ ରହୁଥିବା ସେଲ୍‌ରେ ମୁଣ୍ଡ ବାଡେଇ ଦେବା ଫଳରେ ସାମନ୍ୟ କ୍ଷତ ସୃଷ୍ଟି ହୋଇଥିଲା। ତାଙ୍କୁ ଚିକିତ୍ସା କରିବା ଲାଗି ହସ୍ପିଟାଲ ନିଆଯାଇଥିବା ବେଳେ ଚିକିତ୍ସା ପରେ ପୁଣି ତାଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା।

Share