Categories: ବାଣିଜ୍ୟ

ଅଧିକ ଢାଞ୍ଚାଗତ ସଂସ୍କାର ଲୋଡା: ଶକ୍ତିକାନ୍ତ ଦାସ

ମୁମ୍ବାଇ,୨୫-୧: ଆର୍ଥତ୍କ ବର୍ଷ ୨୦୨୦-୨୧ ଲାଗି ସାଧାରଣ ବଜେଟ ଆସିବାକୁ ଆଉ ଗୋଟିଏ ସପ୍ତାହ ବାକି ରହିଛି। ଦେଶର ଜିଡିପି ଅଭିବୃଦ୍ଧିକୁ ବଢାଇବା ଲାଗି ଅଧିକ ଢାଞ୍ଚାଗତ ସଂସ୍କାର ଲୋଡା। ଏହା ହେଲେ ଚାହିଦା ବୃଦ୍ଧିରେ ସହାୟକ ହେବ। କେବଳ ମୁଦ୍ରାନୀତି ପଦକ୍ଷେପ ଦ୍ୱାରା ଲକ୍ଷ୍ୟ ହାସଲ କରିବା କଷ୍ଟକର ବୋଲି ଶକ୍ତିକାନ୍ତ ଦାସ ଶୁକ୍ରବାର ସେଣ୍ଟ ଷ୍ଟିଫେନ୍ସ କଲେଜର ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି। ଆସନ୍ତା ବଜେଟ ଫେବୃୟାରୀ ପହିଲା (ଶନିବାର)ରେ ଉପସ୍ଥାପନ ହେବ। ଏବେ ନୋମିନାଲ ଜିଡିପି ୪୮ ବର୍ଷର ସର୍ବନିମ୍ନ ସ୍ତର ଏବଂ ପ୍ରକୃତ ଜିଡିପି ଅଭିବୃଦ୍ଧି ୧୧ ବର୍ଷର ସର୍ବନିମ୍ନ ସ୍ତର ୫%କୁ ଖସିବ ବୋଲି ସରକାର ଆକଳନ କରିଛନ୍ତି।

Share