ଅଧିକ ପ୍ରଶ୍ନ କରିବାରୁ ଫିଲ୍ମରୁ ବିଦା ହେଲେ ବିଦ୍ୟା

ଅଭିନେତ୍ରୀ ବିଦ୍ୟା ବାଲନ ନିଜ ଚରିତ୍ରକୁ ସର୍ବଦା ଜୀବନ୍ତ କରି ପରଦା ଉପରେ ଉପସ୍ଥାପନା କରିଥାନ୍ତି। ଦର୍ଶକ ତାଙ୍କ ଅଭିନୟକୁ ପସନ୍ଦ ମଧ୍ୟ କରିଥାନ୍ତି। ହେଲେ ଏଥର ଏକ ଛୋଟିଆ ଭୁଲ ପାଇଁ ତାଙ୍କୁ ଫିଲ୍ମରୁ ବିଦା ହେବାକୁ ପଡ଼ିଛି। ପ୍ରକୃତ କଥାଟା ହେଲା, ବିଦ୍ୟାକୁ ଏକ ବାୟୋପିକ୍‌ ଫିଲ୍ମ ପାଇଁ ସିଲେକ୍ଟ କରାଯାଇଥିଲା। ଏହି ଚରିତ୍ରକୁ ନେଇ ସେ ବହୁତ ଉତ୍ସାହିତ ମଧ୍ୟ ଥିଲେ। ତେଣୁ ଫିଲ୍ମ ନିର୍ମାତାଙ୍କୁ ନିଜ ଚରିତ୍ର ବିଷୟରେ ବିଦ୍ୟା ବାରମ୍ବାର ପଚାରୁଥିଲେ। ଏଥିରେ ନିର୍ମାତା ରାଗିଯାଇ ବିଦ୍ୟାଙ୍କ ଚରିତ୍ରରେ କଙ୍ଗନାକୁ ନେବାକୁ ସ୍ଥିର କଲେ। ଫିଲ୍ମରେ କଙ୍ଗନାଙ୍କୁ ବିଜୟେନ୍ଦ୍ର ପ୍ରସାଦଙ୍କ ସହ ଦେଖିବାକୁ ମିଳିବ। ଏହି ଯୋଡି ଫିଲ୍ମ ମଣିକର୍ନିକାରେ ଏକତ୍ର କାମ କରିସାରିଛନ୍ତି। ଏପର୍ଯ୍ୟନ୍ତ ଫିଲ୍ମଟିର ନାଁ ଘୋଷଣା କରାଯାଇ ନ ଥିଲେ ହେଁ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ଜୟଲଳିତାଙ୍କ ବାୟୋପିକ୍‌ ବୋଲି ଜଣାପଡିଛି।

Share