ଅଧିକ ବୁଦ୍ଧିମାନ ହୁଅନ୍ତି ରାତିରେ ଡେରିରେ ଶୋଉଥିବା ଲୋକେ…

ବୌଦ୍ଧିକସ୍ତର ବ୍ୟକ୍ତିର ଖାଦ୍ୟ ଗ୍ରହଣଶୈଳୀ ଶୋଇବା ସମୟ ଉପରେ ନିର୍ଭର କରେ ବୋଲି ପୂର୍ବରୁ କୁହାଯାଉଥିଲା। ତେବେ ବିଳମ୍ବିତ ରାତିରେ ଶୋଉଥିବା ଲୋକେ ଅଧିକ ବୁଦ୍ଧିମାନ ବୋଲି ସମ୍ପ୍ରତି ମିସିଗାନ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରାତି ୧୧ଟାରୁ ୧୨ ମଧ୍ୟରେ ଶୋଉଥିବା ଲୋକଙ୍କ ବୁଦ୍ଧିମତ୍ତାସ୍ତରରେ ୭୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେଉଥିବାବେଳେ ୧୨ରୁ ୧ଟା କିମ୍ବା ଏହାଠାରୁ ଅଧିକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଜାଗର ରହୁଥିବା ବ୍ୟକ୍ତିଙ୍କ ବୌଦ୍ଧିକସ୍ତର ୧୨୩ ପ୍ରତିଶତ ବୃଦ୍ଧି ହୋଇଥାଏ। ସେମାନେ ଅଧିକ ମାର୍ଜିତ ଓ ସ୍ମାର୍ଟ ହେବା ସହିତ ଯେକୌଣସି ସମସ୍ୟାର ସଫଳ ସମାଧାନ କରିବାକୁ ସକ୍ଷମ ହୋଇଥାନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

Share