Posted inଖେଳ

ଅଧିନାୟକ ପଦ ଛାଡ଼ି କୋଚ୍‌ ହେଲେ ସାମି

କରାଚୀ,୬।୩- ଦୁଇ ଥର ଟି୨୦ ବିଶ୍ୱକପ୍‌ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜ ଦଳର ପୂର୍ବତନ ଅଧିନାୟକ ଡାରେନ ସାମି ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ) ଫ୍ରାଞ୍ଚାଇଜ ପେଶାଓ୍ବର ଜାଲିମର ଅଧିନାୟକ ପଦ ଛାଡ଼ି ଦେଇଛନ୍ତି। ଅଧିନାୟକ ପଦଠାରୁ ସେ ଆହୁରି ଗୁରୁତ୍ୱପୂର୍ଣ୍ଣ ଦଳର ମୁଖ୍ୟ କୋଚ୍‌ ଦାୟିତ୍ୱ ଗ୍ରହଣ କରିଛନ୍ତି। ଚଳିତ ସିଜନର ମଧ୍ୟାନ୍ତରରେ ବଡ଼ ପରିବର୍ତ୍ତନ କରାଯାଇଛି। ଗତବର୍ଷର ରନର୍ସଅପ୍‌ ଦଳ ପେସର ଓ୍ବାହବ ରିଆଜଙ୍କୁ ସମ୍ପୂର୍ଣ୍ଣ ଅଧିନାୟକ ଭାବେ ଚୟନ କରାଯାଇଛି। ଏବେ ପର୍ଯ୍ୟନ୍ତ ଦଳର ମୁଖ୍ୟ କୋଚ୍‌ ପଦରେ ଥିବା ମହମ୍ମଦ ଆକ୍ରମ ଫ୍ରାଞ୍ଚାଇଜର ଡିରେକ୍ଟର ଅଫ୍‌ କ୍ରିକେଟ ଭାବେ କାର୍ଯ୍ୟକରିବେ। ଏହାର ଅର୍ଥ ସାମିଙ୍କ ପିଏସ୍‌ଏଲ କ୍ୟାରିୟର ଶେଷ ହୋଇନାହିଁ। ସେ କୋଚ୍‌ କମ୍‌ ଖେଳାଳି ଭାବେ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ସାମିଙ୍କ ପାଇଁ ଆମ ହୃଦୟରେ ସ୍ବତନ୍ତ୍ର ସ୍ଥାନ ରହିଛି। ବହୁ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସାମି ଆଗାମୀ ଦୁଇ ବର୍ଷ ପାଇଁ କୋଚ୍‌ କମ୍‌ ଖେଳାଳି ଭାବେ କାର୍ଯ୍ୟ କରିବେ। ଏ ନେଇ ତାଙ୍କ ସହ ଚୁକ୍ତି ହୋଇସାରିଛି ବୋଲି ଆକ୍ରମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରିଟେନ୍‌ କଲାନି କୋଲକାତା, ଚୁପ୍‌ଚାପ୍‌ ଆର୍‌ସିବି ପାଖରେ ପହଞ୍ଚିଲେ ଏହି ଖେଳାଳି; ଲାଗିପାରେ…

ନୂଆଦିଲ୍ଲୀ,୧୯।୧୧: ଆଇପିଏଲ୍‌ ୨୦୨୫ ମେଗା ଅକ୍ସନ ପାଇଁ ଆର୍‌ସିବି ପ୍ରସ୍ତୁତି ଜୋରଦାର କରିଛି। ଦଳ ୩ ଖେଳାଳିଙ୍କୁ ରିଟେନ୍‌ କରିଥିବା ବେଳେ ଅକ୍ସନରେ ୮୩ କୋଟି...

ଗାଭାସ୍କର କହିଲେ ଟଙ୍କା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଛାଡିଛନ୍ତି ଋଷଭ ପନ୍ତ

ନୂଆଦିଲ୍ଲୀ,୧୯।୧୧: ଆଇପିଏଲ ୨୦୨୫ ପାଇଁ ହେବାକୁ ଥିବା ନିଲାମୀ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଏହାର ରିଟେନସନ୍ ତାଲିକା ଜାରି କରିଛି। ଏଥିରେ ଦଳର ପୂର୍ବତନ ଅଧିନାୟକ...

ଭାରତର ଏହି ବୋଲରଙ୍କୁ ଡରୁଛି ଅଷ୍ଟ୍ରେଲିଆ: ଟ୍ରାଭିସ ହେଡ କହିଦେଲେ ମନର କଥା

ପର୍ଥ,୧୯।୧୦:ଭାରତ ବିପକ୍ଷ ସିରିଜ ପୂର୍ବରୁ ଅଷ୍ଟ୍ରେଲୀୟ କ୍ରିକେଟ ଜଗତରେ ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରାଙ୍କ ବିଷୟରେ ଆଲୋଚନା ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ଟ୍ରାଭିସ...

ଶେଷରେ ହାର୍‌ ମାନିବ ପାକିସ୍ତାନ! ଭାରତ କଥା ମାନି…

ନୂଆଦିଲ୍ଲୀ,୧୯।୧୧:ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନ ଦ୍ୱାରା ଆୟୋଜିତ ହେବ। କିନ୍ତୁ ଏହି ଟୁର୍ନାମେଣ୍ଟ ବିଷୟରେ ଏପର୍ଯ୍ୟନ୍ତ କୌଣସି ସମାଧାନ ମିଳିନାହିଁ। ଭାରତୀୟ କ୍ରିକେଟ ଦଳ...

କୋହଲିଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଦେଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୧୯।୧୦: ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ବିରାଟ କୋହଲିଙ୍କ ଫର୍ମ ତାଙ୍କୁ ଅନେକ ମ୍ୟାଚ ପାଇଁ ସମର୍ଥନ କରୁନାହିଁ। ୨୦୨୪ ବର୍ଷ ମଧ୍ୟ କୋହଲିଙ୍କ ପାଇଁ ଭଲ...

ଆଜିର ଦିନରେ ମଉଳିଥିଲା ବିଶ୍ୱକପ ଆଶା, ଭାଙ୍ଗିଥିଲା ୧୪୦ କୋଟି ଭାରତୀୟଙ୍କ ହୃଦୟ

ନୂଆଦିଲ୍ଲୀ,୧୯।୧୧: ଭାରତୀୟ କ୍ରିକେଟ ଦଳ ଗତ ବର୍ଷ ଅର୍ଥାତ୍‌ ୨୦୨୩ ଏହି ଦିନ (୧୯ ନଭେମ୍ବର) ଦିନିକିଆ ବିଶ୍ୱକପର ଫାଇନାଲ ହରାଇଥିଲା। ଭାରତର ପରାଜୟ ଯୋଗୁ...

ଚାମ୍ପିୟନ୍ସ ଟ୍ରଫି ବିବାଦ: ଆଇସିସିର ସ୍ପଷ୍ଟୀକରଣ ଲୋଡ଼ିଲା ପିସିବି

ଲାହୋର,୧୮ା୧୧(ପି.ଟି.): ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ନ ଯିବା ପାଇଁ ଭାରତ ଘୋଷଣା କରି ସାରିଥିବା ବେଳେ ଆଇସିସିର ସ୍ପଷ୍ଟୀକରଣ ଲୋଡିଛି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)।...

କୋକେନ ବ୍ୟବହାର କରୁଥିଲେ ଏହି କ୍ରିକେଟର୍‌: ଲାଗିଲା ବ୍ୟାନ୍‌

ନୂଆଦିଲ୍ଲୀ,୧୮।୧୧:ନ୍ୟୁଜିଲାଣ୍ଡର ପୂର୍ବତନ ଦ୍ରୁତ ବୋଲର ଡଗ ବ୍ରେସୱେଲ କୋକେନ ବ୍ୟବହାରକୁ ନେଇ ପାଇଁ ନ୍ୟୁଜିଲାଣ୍ଡର ପୂର୍ବତନ ପେସ୍‌ ବୋଲର ଡଗ୍‌ ବ୍ରେସ୍‌ଓ୍ବେଲ ଇତିମଧ୍ୟରେ କ୍ରିକେଟରୁ ୧ମାସ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri