Categories: ଖେଳ

ଅଧିନାୟକ ପଦ ଛାଡ଼ି କୋଚ୍‌ ହେଲେ ସାମି

କରାଚୀ,୬।୩- ଦୁଇ ଥର ଟି୨୦ ବିଶ୍ୱକପ୍‌ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜ ଦଳର ପୂର୍ବତନ ଅଧିନାୟକ ଡାରେନ ସାମି ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ) ଫ୍ରାଞ୍ଚାଇଜ ପେଶାଓ୍ବର ଜାଲିମର ଅଧିନାୟକ ପଦ ଛାଡ଼ି ଦେଇଛନ୍ତି। ଅଧିନାୟକ ପଦଠାରୁ ସେ ଆହୁରି ଗୁରୁତ୍ୱପୂର୍ଣ୍ଣ ଦଳର ମୁଖ୍ୟ କୋଚ୍‌ ଦାୟିତ୍ୱ ଗ୍ରହଣ କରିଛନ୍ତି। ଚଳିତ ସିଜନର ମଧ୍ୟାନ୍ତରରେ ବଡ଼ ପରିବର୍ତ୍ତନ କରାଯାଇଛି। ଗତବର୍ଷର ରନର୍ସଅପ୍‌ ଦଳ ପେସର ଓ୍ବାହବ ରିଆଜଙ୍କୁ ସମ୍ପୂର୍ଣ୍ଣ ଅଧିନାୟକ ଭାବେ ଚୟନ କରାଯାଇଛି। ଏବେ ପର୍ଯ୍ୟନ୍ତ ଦଳର ମୁଖ୍ୟ କୋଚ୍‌ ପଦରେ ଥିବା ମହମ୍ମଦ ଆକ୍ରମ ଫ୍ରାଞ୍ଚାଇଜର ଡିରେକ୍ଟର ଅଫ୍‌ କ୍ରିକେଟ ଭାବେ କାର୍ଯ୍ୟକରିବେ। ଏହାର ଅର୍ଥ ସାମିଙ୍କ ପିଏସ୍‌ଏଲ କ୍ୟାରିୟର ଶେଷ ହୋଇନାହିଁ। ସେ କୋଚ୍‌ କମ୍‌ ଖେଳାଳି ଭାବେ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ସାମିଙ୍କ ପାଇଁ ଆମ ହୃଦୟରେ ସ୍ବତନ୍ତ୍ର ସ୍ଥାନ ରହିଛି। ବହୁ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସାମି ଆଗାମୀ ଦୁଇ ବର୍ଷ ପାଇଁ କୋଚ୍‌ କମ୍‌ ଖେଳାଳି ଭାବେ କାର୍ଯ୍ୟ କରିବେ। ଏ ନେଇ ତାଙ୍କ ସହ ଚୁକ୍ତି ହୋଇସାରିଛି ବୋଲି ଆକ୍ରମ କହିଛନ୍ତି।

Share