Advertisement
Categories: ଜାତୀୟ

ଅଧିର ରଞ୍ଜନ ଚୌଧୁରୀ ପିଏସି ଅଧ୍ୟକ୍ଷ

ନୂଆଦିଲ୍ଲୀ,୫।୫: କଂଗ୍ରେସ ଏମ୍‌ପି ଅଧିର ରଞ୍ଜନ ଚୌଧୁରୀଙ୍କୁ ପାର୍ଲାମେଣ୍ଟାରୀ ପବ୍ଲିକ୍‌ ଆକାଉଣ୍ଟ୍‌ କମିଟି(ପିଏସି) ଅଧକ୍ଷ ଭାବେ ନିଯୁକ୍ତ କରାଯାଇଛି। ସେ ଏହି ପଦବୀରେ ୨୦୨୧ ଏପ୍ରିଲ୍‌ ୩୦ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। କମିଟିର କାର୍ଯ୍ୟକାଳ ୨୦୨୦ ମେ୧ରୁ ଆରମ୍ଭ ହୋଇଛି। ଏହି କମିଟିରେ ୨୦ ଜଣ ସଦସ୍ୟ ରହିଛନ୍ତି। ସେଥିମଧ୍ୟରେ ଲୋକ ସଭାର ୧୫ ଏବଂ ରାଜ୍ୟ ସଭାର ୫ ଜଣ ସଦସ୍ୟ ରହିଛନ୍ତି। ପିଏସିରେ ଏନ୍‌ଡିଏ ମେଣ୍ଟର ୧୪ ଜଣ ସଦସ୍ୟ ରହିଛନ୍ତି। ସେଥିମଧ୍ୟରେ ଭାଜପାର ୧୨ ଜଣ ସଦସ୍ୟ ଅଛନ୍ତି। ରାଜ୍ୟ ସଭାର ୫ ସଦସ୍ୟଙ୍କ ମଧ୍ୟରେ ଭାଜପାର ୩, ତୃଣମୂଳ କଂଗ୍ରେସର ଜଣେ, ଶିରୋମଣି ଅକାଳୀ ଦଳର ଜଣେ ରହିଛନ୍ତି। ସେହିପରି ଲୋକସଭାର ୧୫ ଜଣ ସଦସ୍ୟଙ୍କ ମଧ୍ୟରେ ଭାଜପାର ୯ ଜଣ, ଡିଏମ୍‌କେର ଜଣେ, କଂଗ୍ରେସର ଜଣେ, ବିଜେଡିର ଜଣେ, ଶିବସେନାର ଜଣେ, ଓ୍ବାଇଏସ୍‌ଆର୍‌ କଂଗ୍ରେସର ଜଣେ ଏବଂ ଜେଡିୟୁର ଜଣେ ସଦସ୍ୟ ରହିଛନ୍ତି। ସୂଚନାଯୋଗ୍ୟ, ପିଏସି ସରକାରୀ ଖର୍ଚ୍ଚର ଯାଞ୍ଚ୍‌ କରିଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share