Posted inଜାତୀୟ

ଅଧ୍ୟକ୍ଷଙ୍କୁ ଭଙ୍ଗା ବୋତଲ ଫିଙ୍ଗି କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ,୨୩ା୧୦: ଓ୍ବକଫ୍‌ (ସଂଶୋଧନ) ବିଲ୍‌ ଉପରେ ଆଲୋଚନା ପାଇଁ ମଙ୍ଗଳବାର ସଂସଦୀୟ କମିଟି ବୈଠକ ବସିିଥିବାବେଳେ ଟିଏମ୍‌ସି ଏମ୍‌ପି କଲ୍ୟାଣ ବାନାର୍ଜୀ ଏକ ଗ୍ଲାସ୍‌ ବୋତଲ ଭାଙ୍ଗି ଅଧ୍ୟକ୍ଷଙ୍କ ଉପରକୁ ଫିଙ୍ଗିବା ବେଳେ ନିଜେ ଆହତ ହୋଇଛନ୍ତି। ତେବେ ଆକ୍ରମଣରୁ କମିଟି ଅଧ୍ୟକ୍ଷ ଜଗଦମ୍ବିକା ପାଲ୍‌ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ବ୍ୟବହାର ପାଇଁ କଲ୍ୟାଣଙ୍କୁ ସଂସଦୀୟ କମିଟିରୁ ଦିନକ ପାଇଁ ନିଲମ୍ବନ କରାଯାଇଛି। ତାଙ୍କର ଏଭଳି କାର୍ଯ୍ୟକୁ ଭାଜପାର ବରିଷ୍ଠ ଏମ୍‌ପି ଜଗଦମ୍ବିକା ନିନ୍ଦା କରିଛନ୍ତି। ଏହା ଅଭୂତପୂର୍ବ ଏବଂ ସବୁ ସୀମା ଟପିଯାଇଥିବା ଜଗଦମ୍ବିକା କହିଛନ୍ତି। ଏମ୍‌ପିମାନେ ସ୍ବାଧିକାର ଉପଭୋଗ କରିବା ଅର୍ଥ ନୁହେଁ, ଜଣେ ରିଭଲଭର ଧରି ଆସିବ ବୋଲି ଭାଜପା ଏମ୍‌ପି ଖବରଦାତାମାନଙ୍କୁ କହିଛନ୍ତି। ବୈଠକରେ କଲ୍ୟାଣ ଏବଂ ଭାଜପା ଏମ୍‌ପି ତଥା କୋଲକାତା ହାଇକୋର୍ଟର ପୂର୍ବତନ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉଭୟ ଏମ୍‌ପି ପରସ୍ପରକୁ ବଙ୍ଗଳା ଭାଷାରେ ଗାଳିଗୁଲଜ କରିଥିଲେ। ଜଗଦମ୍ବିକା ଓ ଅନ୍ୟ ସଦସ୍ୟମାନେ ସେମାନଙ୍କୁ ବୁଝାଶୁଝା କରି ଶାନ୍ତ କରିବାକୁ ଉଦ୍ୟମ କରୁଥିବାବେଳେ କଲ୍ୟାଣ କାଚ ବୋତଲ ଭାଙ୍ଗି ତାଙ୍କ ଉପରକୁ ଫିଙ୍ଗିଥିଲେ। ଏହି ସମୟରେ କଲ୍ୟାଣଙ୍କ ଡାହାଣ ହାତର ଦୁଇଟି ଆଙ୍ଗୁଠିରେ କ୍ଷତ ସୃଷ୍ଟି ହୋଇଥିଲା। ଏହି ଘଟଣା ପରେ ବୈଠକକୁ ସ୍ଥଗିତ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷ ପରେ ମହାଁମୁହିଁ ହେବେ ମୋଦି-ଜିନ୍‌ପିଙ୍ଗ: ଦେଖିବ ସାରା ବିଶ୍ୱ

ନୂଆଦିଲ୍ଲୀ,୨୩।୧୦: ବ୍ରିକ୍ସ ସମ୍ମିଳନୀ ୨୦୨୪ ରୁଷର କଜାନରେ ଆୟୋଜିତ ହେଉଛି। ଏହାହା ୨୨ ଅକ୍ଟୋବରରୁ ଆରମ୍ଭ ହୋଇ ୨୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଆଜି ଏକ...

ଲଗାତର ବୋମା ଧମକ: ଆଉ ୫ ସ୍କୁଲ, ୭୯ ବିମାନକୁ ବିସ୍ଫୋରଣରେ ଉଡ଼ାଇବାକୁ ହୋକ୍ସ କଲ୍‌

ନୂଆଦିଲ୍ଲୀ/ବେଙ୍ଗାଲୁରୁ,୨୩ା୧୦:ସପ୍ତାହେ ମଧ୍ୟରେ ଭାରତୀୟ ଏୟାରଲାଇନ୍ସର ୧୬୦ରୁ ଊର୍ଦ୍ଧ୍ୱ ବିମାନକୁ ବୋମା ଧମକ ମିିଳିବା ସରକାରଙ୍କୁ ଚିନ୍ତାରେ ପକାଇଥିବାବେଳେ ଏବେ ବିଭିନ୍ନ ସ୍କୁଲକୁ ଉଡ଼ାଇଦେବା ପାଇଁ ଇ-ମେଲ୍‌...

ଜେଲରୁ ମୁକୁଳି ୨୧ ଥର ‘ଭାରତ ମାତା କୀ ଜୟ’

ଭୋପାଳ, ୨୩।୧୦: ଭାରତରେ ରହି ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିବା ଫୈଜଲ ନାମକ ଜଣେ ଯୁବକ ମଙ୍ଗଳବାର ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଭୋପାଳର ମିସ୍‌ରୌଦ...

ଡଲାର, ଏସ୍‌ଡବ୍ଲ୍ୟୁଆଇଏଫ୍‌ଟିରୁ ନିର୍ଭରଶୀଳତା ହ୍ରାସ ଲକ୍ଷ୍ୟ

କାଜାନ,୨୩ା୧୦: ରୁଷିଆର କାଜାନ ସହରରେ ମଙ୍ଗଳବାରଠାରୁ ୩ ଦିନିଆ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହୋଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଉକ୍ତ ସମିଟ୍‌ର ଆୟୋଜନ କରୁଥିବାବେଳେ...

ଜେଲ ଗଲେ ‘ବିଚାରପତି’:ଜାଣନ୍ତୁ କାହିଁକି

ଅହମଦାବାଦ, ୨୩।୧୦:ଗୁଜରାଟର ଗାନ୍ଧୀନଗରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ୫ ବର୍ଷ ଧରି ନକଲି ଅଦାଲତ ଚଳାଉଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ମଙ୍ଗଳବାର ଗିରଫ...

ରୁଷିଆ ମାଟିରୁ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ମସ୍କୋ,୨୨।୧୦: ବ୍ରିକ୍ସ ସମ୍ମିଳନୀ ୨୦୨୪ରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷିଆର କଜାନରେ ପହଞ୍ଚିଛନ୍ତି। କଜାନରେ ପହଞ୍ଚିବା ପରେ ରୁଷୀୟ କଳାକାରମାନେ...

ଧମକ ମିଳୁଥିବାରୁ ସଲମାନଙ୍କ ମେଣ୍ଟାଲ ହେଲଥ ଉପରେ ପଡୁଛି ପ୍ରଭାବ! ସୁଟିଂ କ୍ୟାନସେଲ

ମୁମ୍ବାଇ,୨୨।୧୦: ଏନସିପି ନେତା ବାବା ସିଦ୍ଦିକୀଙ୍କ ମୃତ୍ୟୁ ପରେ ସଲମାନ ଖାନଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ ମିଳୁଛି, ଯେଉଁଥିପାଇଁ ଆଜିକାଲି ସୁପରଷ୍ଟାର ବହୁତ ଚାପରେ...

ଭାରତ-ଚାଇନା ଝଗଡା ଶେଷ, ରୁଷିଆ ସାଥିରେ ଆସିଲେ ପଶ୍ଚିମ ଦେଶର ଦାଦାଗିରି ଶେଷ!

ନୂଆଦିଲ୍ଲୀ,୨୨।୧୦: ଦୀର୍ଘ ୪ ବର୍ଷ ଧରି ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ଉତ୍ତେଜନା ବର୍ତ୍ତମାନ ଶାନ୍ତି ଆଡକୁ ଗତି କରୁଛି। ୨୦୨୦ରେ ଏଲଏସିର ପାଟ୍ରୋଲିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri