Categories: ମେଟ୍ରୋ

ଅଧ୍ୟାପକଙ୍କ ପେନ୍‌ସନ୍‌ ସମସ୍ୟା: ଉଚ୍ଚ ଶିକ୍ଷା ବିଭାଗକୁ ଏନ୍‌ଏଚ୍‌ଆର୍‌ସିର ରିପୋର୍ଟ ତଲବ

ଭୁବନେଶ୍ୱର,୨୫।୪(ବ୍ୟୁରୋ)- ଓଡ଼ିଶାରେ ସରକାରୀ ଅନୁଦାନପ୍ରାପ୍ତ କଲେଜରେ କାର୍ଯ୍ୟରତ ଅଧ୍ୟାପକ ଓ କର୍ମଚାରୀ ପେନ୍‌ସନ୍‌ ପାଉ ନ ଥିବା ଅଭିଯୋଗ ହେବା ପରେ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି) ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। ହ୍ୟୁମାନ ରାଇଟ୍‌ସ ଓ୍ବାଚ୍‌ ଅଧ୍ୟକ୍ଷା ସଙ୍ଗୀତା ସ୍ବାଇଁ ଏନ୍‌ଏଚ୍‌ଆର୍‌ସି ନିକଟରେ ଏକ ପିଟିସନ୍‌ ଫାଇଲ୍‌ କରିଛନ୍ତି। ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଅଧୀନରୁ ଅବସର ନେଇଥିବା ୧୫୦୦ ଅଧ୍ୟାପକ ଓ କର୍ମଚାରୀ ପେନ୍‌ସନ୍‌ ସମ୍ବନ୍ଧୀୟ ସୁବିଧା ପାଇପାରୁନାହାନ୍ତି। ଫଳରେ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସଙ୍ଗୀତା ଉକ୍ତ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି। ଯେଉଁ ଅଧିକାରୀମାନେ ଏଥିରେ ସଂଶ୍ଳିଷ୍ଟ, ସେମାନଙ୍କ ବିରୋଧରେ ଆପରାଧିକ କାର୍ଯ୍ୟାନୁଷ୍ଠାନ ନେବାକୁ ଏବଂ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଯଥାଶୀଘ୍ର ପେନ୍‌ସନ୍‌ ପ୍ରଦାନ କରିବାକୁ ସଙ୍ଗୀତା ଅନୁରୋଧ କରିଛନ୍ତି। ଏହି ଅଭିଯୋଗକୁ ଆଧାର କରି ୮ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ଏନ୍‌ଏଚ୍‌ଆର୍‌ସି ଉଚ୍ଚ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

Share