ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ବି ବିଜୟ ପାଇଁ ଭାଜପା କରୁଛି କସରତ

ଚଣ୍ଡିଗଡ଼,୨୪।୧୦: ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ- କଶ୍ମୀରରେ ଉଚ୍ଛେଦ କରାଯାଇଥିବା ଅନୁଚ୍ଛେଦ ୩୭୦ ଓ ୩୫ ଏକୁ ମୁଖ୍ୟ ଅସ୍ତ୍ର କରିଥିଲେ। ଏହାକୁ ନେଇ ସେ ବିରୋଧୀ କଂଗ୍ରେସ ଉପରେ ଖୁବ୍‌ ବର୍ଷିଥିଲେ। କଂଗ୍ରେସ ଯାହା ୭୦ ବର୍ଷରେ କରି ନ ଥିଲା ତାହା ଭାରତୀୟ ଜନତା ପାର୍ଟି(ଭାଜପା) ୭୦ ଦିନରେ କରି ଦେଖାଇଲା ବୋଲି କହିଥିଲେ। ଏତେ ପରେ ବି ଏବେ ହରିୟାଣାରେ ଭାଜପା ବିଜୟ ପାଇଁ କସରତ କରୁଥିବା ଦେଖାଯାଇଛି। କାରଣ ହରିୟାଣାର ୯୦ ବିଧାନସଭା ଆସନ ମଧ୍ୟରୁ ଭାଜପା ୪୧ରେ ଆଗୁଆ ଥିବା ବେଳେ କଂଗ୍ରେସ ୩୩ ଆସନରେ ଆଗରେ ରହିଛି। ଏହାକୁ ଦେଖିଲେ ସହଜରେ ଅନୁମାନ କରାଯାଉଛି କି ଭାଜପା ଓ କଂଗ୍ରେସ ବିଜୟ ଦ୍ୱାରଦେଶର ପାଖାପାଖି ରହିଛନ୍ତି। ଆଉ ବହୁମତ ପାଇବା ପାଇଁ ଭାଜପା ଯେମିତି କଡା କସରତ କରୁଛି। ଅନ୍ୟପଟେ ଜେଜେପି ୧୧ ଆସନରେ ଆଗୁଆ ରହିଛି।

Share