ଶ୍ରୀନଗର,୫।୧୦: ଜମ୍ମୁ-କଶ୍ମୀର ଅନନ୍ତନାଗରେ ଆତଙ୍କବାଦୀମାନେ ଗ୍ରେନେଡ୍ ଆକ୍ରମଣ କରିଛନ୍ତି। ସ୍ଥାନୀୟ ଡିସି ଅଫିସ୍ ସମ୍ମୁଖରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କୁ ଲକ୍ଷ୍ୟ କରି ଆକ୍ରମଣ ହୋଇଥିବା କୁହାଯାଉଛି। ଜଣେ ଆତଙ୍କବାଦୀ ଗ୍ରେନେଡ୍ ଫିଙ୍ଗିବା ପରେ ସେଠାରୁ ଫେରାର ହୋଇଯାଇଛନ୍ତି। ଏହି ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଅଞ୍ଚଳକୁ ସୁରକ୍ଷାକର୍ମୀ ଘେରି ରହିଛନ୍ତି। ଏହାର ତଦନ୍ତ ଜାରି ରହିଛି।