Categories: ଜାତୀୟ

ଅନନ୍ତନାଗରେ ଆତଙ୍କବାଦୀଙ୍କ ଆକ୍ରମଣ: ଭାଜପା ନେତା ମୃତ

ନୂଆଦିଲ୍ଲୀ,୯ ।୮: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀମାନେ ଏକ ବଡ ଆକ୍ରମଣ କରିଛନ୍ତି । ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀମାନେ ଜଣେ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଓ ତାଙ୍କ ପତ୍ନୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ସୂଚନାଯୋଗ୍ୟ, ଆତଙ୍କବାଦୀମାନେ କୁଲଗାମ ଭାଜପାର କିଷନ ମୋର୍ଚ୍ଚାର ଅଧ୍ୟକ୍ଷ ଗୁଲାମ ରସୁଲ ଡାରଙ୍କୁ ଟାର୍ଗେଟ କରିଥିଲେ । ଡାର ଭାଜପାର ନେତା ସହ କିଛିଦିନ ତଳେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ତେବେ ଆଙ୍କବାଦୀମାନେ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଗୁଳି କରିବା ପରେ ତୁରନ୍ତ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ଭାଜପା ନିନ୍ଦା କରିଛି ।

Share