କାମାକ୍ଷାନଗର, ୧୮।୬(ଡି.ଏନ୍.ଏ.): ଜମ୍ମୁ କଶ୍ମୀର ଅନନ୍ତନାଗ ଜିଲାରେ ସୋମବାର ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ଓଡ଼ିଆ ଯବାନ ଶହୀଦ ହୋଇଛନ୍ତି। ସେ ହେଲେ ଢେଙ୍କାନାଳ ଜିଲା କାମାକ୍ଷାନଗର ବଡସୁଆଁଳ ଗ୍ରାମର ଅଜିତ୍ ସାହୁ।
୨୦୧୫ ମସିହାରେ ଅଜିତ୍ ଆର୍ମୀରେ ଯୋଗ ଦେଇଥିଲେ। ସେ ଶହୀଦ ହେବା ନେଇ ମଙ୍ଗଳବାର ତାଙ୍କ ଘରକୁ ଫୋନ୍ ଆସିଥିଲା। ତାଙ୍କର ମୃତ୍ୟୁ ଖବର ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଏହି ଘଟଣାରେ ୮ ଯବାନ ଆହତ ହୋଇଥିବା ବେଳେ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି।