Posted inଜାତୀୟ

ଅନନ୍ତନାଗରେ ସର୍ଚ୍ଚ ଅପରେଶନ୍‌: ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୨୫।୪: ଦକ୍ଷିଣ କଶ୍ମୀର ଅନନ୍ତନାଗ ଜିଲାରେ ସୁରକ୍ଷାବଳଙ୍କ ସର୍ଚ୍ଚ ଅପରେଶନ୍‌ରେ ଗୁରୁବାର ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ବେଜ୍‌ବିହାର ଅଞ୍ଚଳରେ କେତେକ ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାବଳଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ କରାଯାଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଦିଆଯାଇଥିଲା। ତେବେ ଆତଙ୍କବାଦୀମାନେ ସୁରକ୍ଷାବଳଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଏହାର ଜବାବ୍‌ରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ସେନାର ୩ ଆର୍‌ଆର୍‌ ଏବଂ ଏସଓଜି ଯବାନଙ୍କ ପକ୍ଷରୁ ମିଳିତ ତଲାସୀ ଜାରି ରହିଛି। ମୃତ ଆତଙ୍କବାଦୀଙ୍କର ହିଜବୁଲ୍‌ ମୁଜାହିଦ୍ଦିନ୍‌ ସଂଗଠନ ସହିତ ସମ୍ପର୍କ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାନବାକ୍ସରେ ପଡ଼ିଗଲା ଶ୍ରଦ୍ଧାଳୁଙ୍କ i-phone, ଫେରାଇବାକୁ ମନା କଲେ ମନ୍ଦିର କର୍ତ୍ତୃପକ୍ଷ, କହିଲେ ଯାହା ପଡ଼ିଲା ତାହା…

ହାଇଦ୍ରାବାଦ,୨୨ା୧୨: ଚେନ୍ନାଇରେ ଜଣେ ଶ୍ରଦ୍ଧାଳୁଙ୍କ ଆଇଫୋନ୍‌ ହଠାତ୍‌ ଏକ ମନ୍ଦିରର ଦାନବାକ୍ସରେ ପଡ଼ିଯାଇଥିଲା, ଯାହାକୁ ମନ୍ଦିର ପ୍ରଶାସନ ଫେରାଇବାକୁ ମନା କରିଦେଇଛନ୍ତି। ତାମିଲନାଡୁ ଦେବୋତ୍ତର ବିଭାଗ...

କେଜ୍‌ରିଓ୍ବାଲଙ୍କ ବିରୋଧରେ ଚାଲିବ ଆଇନଗତ ମକଦ୍ଦମା

ନୂଆଦିଲ୍ଲୀ, ୨୨।୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଝଟକା ଲାଗିଛି। ତଥାକଥିତ ଅବକାରୀ ଦୁର୍ନୀତି ମାମଲାରେ...

ଓଡ଼ିଶାରେ ୫୫୯ ବର୍ଗ କି.ମି. ଜଙ୍ଗଲ ବଢ଼ିଛି

ନୂଆଦିଲ୍ଲୀ,୨୨ା୧୨(ପି.ଟି.): ୨୦୨୧ରୁ ୨୦୨୩ ମଧ୍ୟରେ ସାରା ଭାରତର ୧,୪୪୫ ବର୍ଗ କି.ମି. ଅଞ୍ଚଳରେ ଜଙ୍ଗଲ ବଢ଼ିଛି, ଯାହାକି ଦେଶର ମୋଟ ଭୌଗୋଳିକ କ୍ଷେତ୍ରର ୨୫.୧୭%। ଏଥିରୁ...

ଭୋଟରଙ୍କୁ ନିର୍ବାଚନର ଇଲେକ୍ଟ୍ରୋନିକ୍‌ ଯାଞ୍ଚ ମନା

ନୂଆଦିଲ୍ଲୀ,୨୨ା୧୨(ପି.ଟି.): ନିର୍ବାଚନରେ ପ୍ରାର୍ଥୀମାନେ କରୁଥିବା ଦୁରୁପଯୋଗକୁ ରୋକିବା ନିମନ୍ତେ ସିସିଟିଭି କ୍ୟାମେରା, ଓ୍ବେବ୍‌କାଷ୍ଟିଂ ଫୁଟେଜ୍‌ ସହ ଭିଡିଓ ରେକର୍ଡିଂ ଆଦି ଇଲେକ୍ଟ୍ରୋନିକ୍‌ ରେକର୍ଡଗୁଡ଼ିକୁ ଜନସାଧାରଣ ଆଉ...

ଭୁଶୁଡ଼ିଲା ବହୁତଳ ବିଲ୍ଡିଂ: ଅନେକ ଫସିଥିବା ଆଶଙ୍କା

ଚଣ୍ଡିଗଡ଼,୨୧ା୧୨: ପଞ୍ଜାବର ମୋହାଲି ଜିଲାର ସୋହାନା ଗ୍ରାମରେ ଏକ ବହୁତଳ ବିଲ୍ଡିଂ ଶନିବାର ଭୁଶୁଡ଼ି ପଡ଼ିଛି। ଭଗ୍ନାବଶେଷ ତଳେ ଅନେକ ଫସିରହିଥିବା ଆଶଙ୍କା କରାଯାଉଥିବା ବେଳେ...

ଭକ୍ତଙ୍କୁ ଆଇ ଫୋନ୍‌ ଫେରାଇବାକୁ ମନାକଲା କନ୍ଦସ୍ବାମୀ ମନ୍ଦିର ପ୍ରଶାସନ

ଚେନ୍ନାଇ, ୨୧।୧୨: ତାମିଲନାଡ଼ୁର ଚେନ୍ନାଇ ଉପକଣ୍ଠ ଥିରୁପୋରୁରସ୍ଥିତ ଅରୁଲ୍‌ମିଗୁ କନ୍ଦସ୍ବାମୀ ମନ୍ଦିରରୁ ଏକ ଅଜବ ଘଟଣା ସାମ୍‌ନାକୁ ଆସିଛି। ବିନାୟଗପୁରମ ନିବାସୀ ଦୀନେଶ ଗତ ମାସରେ...

ଭାରତରେ ଜଙ୍ଗଲ ୨୫.୧୭%କୁ ବୃଦ୍ଧି, ପ୍ରଥମ ତିନି ରାଜ୍ୟରେ ଓଡ଼ିଶା

ନୂଆଦିଲ୍ଲୀ,୨୧ା୧୨: ଭାରତରେ ମୋଟ ଜଙ୍ଗଲ ଏବଂ ବୃକ୍ଷଲତା ଥିବା ଜମି ପରିମାଣ ୨୦୨୩ରେ ମୋଟ ଭୌଗୋଳିକ ଅଞ୍ଚଳର ୨୫.୧୭ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୨୧ ପରେ...

ବାଜି ମାରିନେଲା ଭାଜପା: ଫଡ୍‌ନବିସ୍‌ ରଖିଲେ ବଡ ବିଭାଗ, ଅଜିତଙ୍କୁ ଅର୍ଥ, ଶିନ୍ଦେଙ୍କୁ ସହରାଞ୍ଚଳ ବିକାଶ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଶନିବାର ତାଙ୍କ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ପାଖରେ ଗୃହ ବିଭାଗ ସହ ଆଇନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri