Categories: ଜାତୀୟ

ଅନନ୍ତନାଗରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୧୭।୬: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଠାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସୋମବାର ସକାଳେ ଘେରାବନ୍ଦୀ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଦିଆଯାଇଥିଲେ ମଧ୍ୟ ସେମାନେ ପ୍ରଥମେ ଗୁଳିଚାଳନା କରିବା ଆରମ୍ଭ କରିଥିଲେ। ଏହାର ଜବାବ୍‌ରେ ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ଏଥିରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସର୍ଚ୍ଚଅପରେଶନ୍‌ ସମୟରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ମେଜର ଏବଂ ସୁରକ୍ଷାକର୍ମୀ ଆହତ ହୋଇଥିବା କୁହାଯାଉଛି। ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ମୋବାଇଲ୍‌ ଏବଂ ଇଣ୍ଟରନେଟ୍‌ ସେବାକୁ ସାମୟିକ ବନ୍ଦ କରି ଦିଆଯାଇଛି।

Share