ଅନନ୍ତ କୋଇଲା ଖଣିରେ ଦୁର୍ଘଟଣା: ଜଣେ କର୍ମଚାରୀ ମୃତ

ତାଳଚେର,୩।୫(ନି.ପ୍ର.): ଅନୁଗୋଳ ଜିଲାରେ ତାଳଚେରଠାରେ ଥିବା ଏମ୍‌ସିଏଲ୍‌ର ଅନନ୍ତ କୋଇଲା ଖଣିରେ ରବିବାର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଖଣି କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବେଣୁଧର ବିଶ୍ୱାଳ। ତାଙ୍କ ଘର ତାଳଚେର ବ୍ଲକ ହେଁସମୂଳ ଗ୍ରାମରେ। ବେଣୁଧର ଅନନ୍ତ କୋଇଲା ଖଣିର ଅଏଲ ଫିଲିଙ୍ଗ କାମ କରନ୍ତି। ସକାଳେ ଗାଡ଼ିରେ ତେଲ ଫିଲିଙ୍ଗ କରୁଥିବା ବେଳେ ଏକ ଡ଼ମ୍ପର ତାଙ୍କୁ ଧକ୍କା ଦେଇଥିଲା ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ପରେ ଖଣିରେ କାର୍ଯ୍ୟ ବନ୍ଦ ରହିଛି। ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ନିଯୁକ୍ତି କ୍ଷତିପୂରଣ ସମ୍ପର୍କରେ ଖଣି ଅଧିକାରୀଙ୍କ ସହ ଆଲୋଚନା ଚଳାଇଛନ୍ତି ।

Share