ଅନଶନରେ ବସିବେ ମରିୟମ୍‌

ଇସ୍‌ଲାମାବାଦ,୯।୭: ଜେଲ୍‌ରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଝିଅ ମରିୟମ ନଓ୍ବାଜ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଯଦି ବର୍ତ୍ତମାନର ସରକାର ତାଙ୍କର ପିତାଙ୍କୁ ଘରର ଖାଦ୍ୟ ଖାଇବାକୁ ଅନୁମତି ନ ଦିଅନ୍ତି ତାହେଲେ ସେ ଅନଶନରେ ବସିବେ ବୋଲି କହିଛନ୍ତି। ସୋମବାର ମରିୟମ ଟୁଇଟ କରି କହିଛନ୍ତି, ତାଙ୍କର ଅସୁସ୍ଥ ବାପାଙ୍କୁ ଘରର ଖାଦ୍ୟ ଖାଇବା ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଯଦି ୨୪ ଘଣ୍ଟା ମଧ୍ୟରେ ଏହି ପ୍ରତିବନ୍ଧକ ନ ହଟାଯାଏ ତେବେ ସେ କୋର୍ଟର ଦ୍ୱାରସ୍ଥ ହେବେ। ଯଦି ସେଠାରେ ବି ତାଙ୍କୁ ନ୍ୟାୟ ନ ମିଳେ ତେବେ ଜେଲ୍‌ ବାହାରେ ଆମରଣ ଅନଶନରେ ବସିବେ ବୋଲି ମରିୟମ କହିଛନ୍ତି।

Share