ଅନାଥ ଯୁବକଙ୍କ ମୃତଦେହ ସତ୍କାର କଲେ ଯୁବଗୋଷ୍ଠୀ

ପାଲଲହଡା,୧୭ା୫(ଡି.ଏନ.ଏ.) – ମହାମାରୀ କରୋନା ଭୟ ଯୋଗୁ ଅନେକ ସ୍ଥାନରେ ମୃତକଙ୍କ ପାଖ ପଶୁନାହାନ୍ତି ସମ୍ପର୍କୀୟ। ହେଲେ ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖେମଳା ଗାଁ ଲୋକେ ଶନିବାର ନିଜ ମାନବିକତାର ପରିଚୟ ଦେଇଛନ୍ତି। ସେମାନେ ଚାନ୍ଦା ଆଦାୟ କରି ଜଣେ ଅନାଥ ଯୁବକଙ୍କ ମୃତଦେହ ସତ୍କାର କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।
ସୂଚନା ଅନୁଯାୟୀ, ଖେମଳା ଗଁ। ମୁଣ୍ଡରେ ଦୀର୍ଘଦିନ ହେଲା ଏକ ଭଙ୍ଗା କୁଡ଼ିଆରେ ପଡ଼ି ରହିଥିଲେ ରୋଗାକ୍ରାନ୍ତ ପୁଲସତୀ ଦେହୁରୀ। ସେ କେଉଁ ରୋଗରେ ଆକ୍ରାନ୍ତ ଥିଲେ ତାହା କେହି ଜାଣି ନ ଥିଲେ। ହେଲେ ଯୁବାବସ୍ଥାରେ ବି ତାଙ୍କ ଶରୀର ଜରାଜୀର୍ଣ୍ଣ ହୋଇଯାଇଥିଲା। ଗଁ। ଲୋକେ ଖାଇବାକୁ ଦେଲେ ଖାଉଥିଲେ ନ ହେଲେ ଉପବାସରେ ସେମିତି ପଡ଼ି ରହୁଥିଲେ। ଆଶା ଦିଦି ଅନେକ ଥର ତାଙ୍କୁ ନେଇ ଡାକ୍ତରଖାନା ଯାଇଥିଲେ। କିନ୍ତୁ ରୋଗ ଭଲ ହୋଇ ନ ଥିଲା। ଶନିବାର ତାଙ୍କର ମୃତ୍ୟୁ ହୋଇଯାଇଥିବା ଖବର ପାଇ ଗଁ। ର ଯୁବଗୋଷ୍ଠୀ ଶବ ସତ୍କାର ପାଇଁ ଆଗେଇ ଆସିଥିଲେ। ସେମାନେ ନିଜ ନିଜ ମଧ୍ୟରେ ଚାନ୍ଦା ଆଦାୟ କରି ଗାଁମୁଣ୍ଡ ମଶାଣିରେ ତାଙ୍କ ଶବ ସତ୍କାର କରିଥିଲେ। ଯୁବଗୋଷ୍ଠୀଙ୍କ ଏପରି ଉଦ୍ୟମଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି।

Share