ଅନାବୃଷ୍ଟି ଯୋଗୁ ଚାଷ କାର୍ଯ୍ୟରେ ବ୍ୟାଘାତ, କାଦୋଦର ଗ୍ରାମରେ ବର୍ଷା ପାଇଁ ଇନ୍ଦ୍ରପୂଜା, ହୋମଯଜ୍ଞ

ଅମରପାଲି,୩୦ା୭(ଡ଼ି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ଗ୍ରାମରେ ବର୍ଷା ପାଇଁ ଇନ୍ଦ୍ରପୂଜା ଓ ହୋମଯଜ୍ଞ କରାଯାଇଛି। ଚଳିତବର୍ଷ ବିଳମ୍ବ ବର୍ଷା ସହିତ ଅନାବୃଷ୍ଟି ଯୋଗୁ ଚାଷ କାର୍ଯ୍ୟରେ ବ୍ୟାଘାତ ଦେଖାଯାଇଛି। ପରମ୍ପରା କ୍ରମେ ଭଲବର୍ଷା ପାଇଁ ଗାଁ ଗାଁରେ ଘୃତଯଜ୍ଞ ସହିତ ଇନ୍ଦ୍ରପୂଜା କରାଯାଇଥାଏ। ଏହି କ୍ରମରେ ଗ୍ରାମର ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଚଳିତବର୍ଷ ଇନ୍ଦ୍ରପୂଜା ସହିତ ହୋମଯଜ୍ଞ, ମହା ଜଳଶାୟୀ ଓ ତୁଳସୀ ରାମାୟଣ କରାଯାଇଛି। ଏଥିରେ ଯଜ୍ଞ ଆଚାର୍ଯ୍ୟ ସୀତାରାମ ପାଢ଼ୀ, ପୁରୋହିତ ବଳରାମ ପଣ୍ଡା, ଚରୁହୋତ୍ରୀ ଆଶୁତୋଷ ପୁରୋହିତ, ଯପକ କାମପାଳ ମିଶ୍ର, କର୍ତ୍ତାଭାବେ ମନୋଜ କୁମାର ବେହେରାମାଳୀ ଓ ତାଙ୍କ ସ୍ତ୍ରୀ ସଚଳା ବେହେରାମାଳି କାର୍ଯ୍ୟ ତୁଲାଇଥିଲେ। ପୂଜାର୍ଚ୍ଚନା, ଘୃତଯଜ୍ଞ ସହିତ ମହା ଜଳଶାୟୀ ମଧ୍ୟ କରାଯାଇଥିଲା। ଏହି ଅବସରରେ ମନ୍ଦିର ପରିସରରେ ତୁଳସୀ ରାମାୟଣ ପାରୟଣ ମଧ୍ୟ କରାଯାଇଥିଲା। ଏଥିରେ ରଘୁବୀର ମିଶ୍ର ବ୍ୟାସଭାବେ ପାରାୟଣ ପଠନ କରିଥିଲେ। ମନ୍ଦିରରେ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା।

Share