Categories: ଫୁରସତ

ଅନାମିକା ଆଙ୍ଗୁଠିରେ କାହିଁକି ପିନ୍ଧାଯାଏ ନିର୍ବନ୍ଧ ମୁଦି…

ସାଧାରଣତଃ ନିର୍ବନ୍ଧ ମୁଦିକୁ ପ୍ରେମର ପ୍ରତୀକ ବୋଲି କୁହାଯାଏ। ଏହା ବ୍ୟକ୍ତିଙ୍କୁ ସେହି ପ୍ରତିଜ୍ଞାକୁ ମନେ ପକାଇ ଦେଇଥାଏ, ଯାହାକୁ ଦୁଇଜଣ ମିଶି ଏକା ସହିତ ଜୀବନ ବିତାଇବାକୁ ନେଇଥାନ୍ତି। ଭାରତରେ ବିବାହ ପୂର୍ବର ସମସ୍ତ ବିଧି ଓ ନିୟମ ବହୁ ଖାସ୍‌ ହୋଇଥାଏ। ହିନ୍ଦୁ ଧର୍ମାନୁଯାୟୀ, ନିର୍ବନ୍ଧକୁ ସମ୍ବନ୍ଧ ଠିକ୍‌ ହେବାର ପ୍ରଥମ ପ୍ରମାଣ ବୋଲି ଧରାଯାଇଥାଏ। ବିବାହ ପୂର୍ବରୁ ପୁଅ-ଝିଅ ଦୁହେଁ ଦୁହିଁଙ୍କୁ ମୁଦି ପିନ୍ଧେଇବାର ଅର୍ଥ ଜଣେ ଅନ୍ୟଜଣଙ୍କୁ ନିଜର ଜୀବନସାଥୀ ରୂପେ ଗ୍ରହଣ କରିବା। ସେଥିପାଇଁ ନିର୍ବନ୍ଧର ମୁଦିକୁ ଅନାମିକା ଆଙ୍ଗୁଳିରେ ପିନ୍ଧାଯାଇଥାଏ। ହିନ୍ଦୁ ଧର୍ମର ଅନୁସାରେ ଏହା ପ୍ରେମର ପ୍ରତୀକ କୁହାଯାଇଥିବା ବେଳେ ବୈଜ୍ଞାନିକ ମତରେ ଏହି ଆଙ୍ଗୁଳିର ଏକ ଶିରା ହୃଦୟ ସହ ଯୋଡି ହୋଇଥାଏ। ନିର୍ବନ୍ଧରେ ସାଧାରଣତଃ ଦୁଇଟି ମନର ମିଳନ ହେବା ସହ ଦୁଇଟି ପରିବାରର ମିଳିନ ହୋଇଥାଏ ବୋଲି ମାନ୍ୟତା ରହିଛି। ଏହି ମାନ୍ୟତା କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ରହିଛି। ରୋମରେ ଅନାମିକା ଆଙ୍ଗୁଠିର ଗୋଟିଏ ଧମନୀ ଯାଇ ସିଧା ହୃଦୟକୁ ସହ ସଂଯୋଗ ହୋଇଛି ବୋଲି ବିଶ୍ୱାସ ରହିଛି। ଏହି କାରଣରୁ ସେଠାରେ ଏହାକୁ ‘ଭେନ ଆମରିଜ’ ବା ଭେନ ଅଫ୍‌ ଲଭ କୁହାଯାଏ। ସେଥିପାଇଁ ଏହି ଆଙ୍ଗୁଳିରେ ମୁଦି ପିନ୍ଧାଇବାକୁ ଶୁଭ ମନାଯାଇଥାଏ। ଏଠରେ ଏହି ମାନ୍ୟତା ସବୁଠାରୁ ପୁରୁଣା ଓ ଖୁବ ଲୋକପ୍ରିୟ ବୋଲି ଚର୍ଚ୍ଚା ହୁଏ।

Share