ଅନିଦ୍ରା ଦୂର କରେ ମହୁ

ଶରୀର ପକ୍ଷେ ଅତ୍ୟନ୍ତ ଲାଭଦାୟକ ହୋଇଥିବାରୁ ବିଭିନ୍ନ ଘରୋଇ ଉପଚାରରେ ମହୁ ବ୍ୟବହାର ହୋଇଥାଏ। ତଣ୍ଟି ଖରାପ, ଗଳାବ୍ୟଥାକୁ ଦୂର କରିବା ସହ ଏହା ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ମହୁରେ ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟସେପ୍ଟିକ ଗୁଣ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଗ୍ଲୁକୋଜ ପୋଟାସିୟମ ଭରପୂର ମାତ୍ରାରେ ରହିଛି । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇଥାଏ। ମହୁକୁ ଉଷୁମ ପାଣିରେ ମିଶାଇ ପିଇବା ଦ୍ୱାରା ଲାଲ ରକ୍ତ କଣିକା ଉପରେ ଭଲ ପ୍ରଭାବ ପକାଇଥାଏ। ନିୟମିତ ମହୁ ଖାଇବା ଦ୍ୱାରା ଆମର ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ। ମହୁ ଖାଇଲେ ଅନିଦ୍ରା, କୋଷ୍ଠକାଠିନ୍ୟ, ମଧୁମେହ ଏବଂ ଓଜନ ହ୍ରାସ ଘଟେ। ଅଦା ରସରେ ମହୁ ପକାଇ ପିଇଲେ କାଶ ଭଲ ହୁଏ।