ମନୁଷ୍ୟକୁ ନିରୋଗ ରଖିବା ପାଇଁ ଗୋଲାପ ଫୁଲ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଅନିଦ୍ରା ରୋଗରୁ ଦୂରେଇ ରହିବା ଲାଗି ଏହା ମହୌଷଧୀ ସଦୃଶ କାମ କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଗୋଲାପ ପାଖୁଡ଼ାରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ରହିଥାଏ। ଅନିଦ୍ରା ଜନିତ ସମସ୍ୟାରେ ଏହାର ପାଖୁଡ଼ାକୁ ତକିଆ ତଳେ ରଖିଲେ ଭଲ ନିଦ ହୋଇଥାଏ। ଏହାକୁ ବାଟି ମୁଣ୍ଡରେ ଲଗାଇଲେ ମୁଣ୍ଡବିନ୍ଧା ମଧ୍ୟ ଦୂର ହୁଏ। ଏହା ମସ୍ତିଷ୍କ କୋଷିକାର କାର୍ଯ୍ୟକୁ ସ୍ବାଭାବିକ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।