Categories: ଖେଳ

ଅନିର୍ଦ୍ଦିଷ୍ଟ କାଳପାଇଁ ଅଷ୍ଟ୍ରେଲିଆରେ ରହିବ ନ୍ୟୁଜିଲାଣ୍ଡ ରଗ୍‌ବୀ ଟିମ୍‌

ଓ୍ବେଲିଂଟନ, ୨୧ା୩ (ଏପି)- କରୋନାଭାଇରସ ସଙ୍କଟ ଜାରି ରହିଥିବାରୁ ନ୍ୟୁଜିଲାଣ୍ଡ ଓ୍ବାରିୟର୍ସ ରଗ୍‌ବୀ ଲିଗ୍‌ ଟିମ୍‌ ଅଷ୍ଟ୍ରେଲିଆରେ ଅନିର୍ଦ୍ଦିଷ୍ଟ କାଳପାଇଁ ଅଟକି ରହିବେ। ସେମାନେ ଅଷ୍ଟ୍ରେଲିଆର ନ୍ୟାଶନାଲ ରଗ୍‌ବୀ ଲିଗ୍‌ (ଏନଆର୍‌ଏଲ୍‌) ରେ ଖେଳ ଜାରି ରଖିବେ। କୋଭିଡ୍‌-୧୯ ଯୋଗୁ ଉଭୟ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ସେମାନଙ୍କ ସୀମାକୁ ସିଲ୍‌ କରିଦେଇଛନ୍ତି। ନାଗରିକ ଏବଂ ସ୍ଥାୟୀ ବାସିନ୍ଦାଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଦେଶରେ ପ୍ରବେଶ ମନା। ଅଷ୍ଟ୍ରେଲିଆରେ ଗତ ସପ୍ତାହନ୍ତରେ ଲିଗ୍‌ର ଓପନିଂ ରାଉଣ୍ଡରେ ଓ୍ବାରିୟର୍ସ ନ୍ୟୁକ୍ୟାସେଲ ବିପକ୍ଷରେ ଖେଳିଥିଲା। ଶନିବାର ଅକ୍‌ଲାଣ୍ଡଠାରେ କାନ୍‌ବେରା ବିପକ୍ଷ ମ୍ୟାଚ ଖେଳିବାକୁ ହୋଇଥାନ୍ତା। ଏହି ମ୍ୟାଚ ବର୍ତ୍ତମାନ ଓ୍ବାରିୟର୍ସ ଦଳର ସାମୟିକ ହୋମ୍‌ ଗ୍ରାଉଣ୍ଡ ଗୋଲ୍ଡ କୋଷ୍ଟଠାରେ ଖେଳାଯିବ।

Share