ଅନିଲଙ୍କୁ କାହିଁକି ୧୭ଥର ଚାପୁଡା ମାରିଥିଲେ ଜ୍ୟାକି

ମୁମ୍ବାଇ: ବଲିଉଡ୍‌ ନାୟକ ଅନିଲ କପୁରଙ୍କୁ ଜ୍ୟାକି ଶ୍ରଫ ୧୯୮୯ରେ ୧୭ ଥର ଚାପୁଡା ମାରିଥିଲେ। ହେଲେ କାହିଁକି ଏବେ ତା’ର ରାଜ୍‌ ଖୋଲିଛନ୍ତି ବଲିଉଡ୍‌ ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରା। ସେ ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ ବ୍ୟତୀତ ଅନୁରାଗ କଶ୍ୟପ, ଅନିଲ କପୁର ଓ ଜ୍ୟାକି ଶ୍ରଫ ନଜର ଆସିଛନ୍ତି। ଏଥିରେ ଅନିଲ-ଜ୍ୟାକି ବଲିଉଡ୍‌ ମୁଭି ‘ପରିନ୍ଦା’ ବିଷୟରେ କଥା ହେଉଛନ୍ତି। ଏହି ଭିଡିଓ ସହ ନିର୍ଦ୍ଦେଶକ ଚୋପ୍ରା ଲେଖିଛନ୍ତି କାହିଁକି ଅନିଲ ଜ୍ୟାକିଙ୍କଠାରୁ ୧୭ ଥର ଚାପୁଡା ଖାଇଥିଲେ। ତାଙ୍କ ମତ ଅନୁଯାୟୀ, ଅନିଲ ଏମିତି ଜଣେ କଳାକାର ସେ ସବୁବେଳେ ପରଫେକ୍ଟ ସିନ୍‌ ଦେବାକୁ ପସନ୍ଦ କରନ୍ତି। ୧୯୮୯ରେ ପରଦାକୁ ଆସିଥିବା ମୁଭି ‘ପରିନ୍ଦା’ରେ ଏକ ସିନ୍‌ ଥିଲା ଯେଉଁଥିରେ ଜ୍ୟାକି ନାୟକ ଅନିଲଙ୍କୁ ଚାପୁଡା ମାରିବାର ଥିଲା। ଯଦିଓ ଏହା ପ୍ରଥମ ଟେକ୍‌ରେ ଓକେ ହୋଇଥିଲା ହେଲେ ଏଥିରେ ଅନିଲ ସନ୍ତୁଷ୍ଟ ନ ଥିଲେ। ସେଥିପାଇଁ ସେ ପରଫେକ୍ଟ ରିଆକସନ୍‌ ପାଇଁ ଏହାକୁ ୧୭ ଥର ଟେକ୍‌ ନେଇଥିଲେ। ଫଳରେ ଜ୍ୟାକି ତାଙ୍କୁ ୧୭ ଥର ଚାପୁଡା ମରିଥିଲେ ବୋଲି ବିଧୁ ବିନୋଦ ଚୋପ୍ରା କହିଛନ୍ତି।

Share