ଇମ୍ଫାଲ,୨୪।୩: ମଣିପୁରରେ ଜଣେ ମହିଳା କରୋନା ଭାଇରସ୍ରେ ସଂକ୍ରମିତ ହେବା ପରେ ମଙ୍ଗଳବାର ସେଠାରେ ଅନିଶ୍ଚିତକାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି। ରାଜ୍ୟ ସରକାର କରୋନା ସହ ମୁକାବିଲା ଏବଂ ସୁରକ୍ଷା ଦୃଷ୍ଟିରୁ ଆଗୁଆ ରାଜ୍ୟରେ କର୍ଫ୍ୟୁ ଜାରି କରିଥିବା ଜଣାପଡ଼ିଛି। ତେବେ ମଣିପୁରରେ କରୋନା ସଂକ୍ରମଣର ଏହା ପ୍ରଥମ ମାମଲା। ନିକଟରେ ଏହି ମହିଳା ବିଦେଶ ଯାତ୍ରାରୁ ଫେରିଥିଲେ। ତାଙ୍କ ନିକଟରେ କରୋନା ଲକ୍ଷଣ ଦେଖାଯିବା ପରେ ଯାଞ୍ଚ କରାଯାଇଥିଲା। ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଆଇସୋଲେଶନ୍ରେ ରଖାଯାଇଛି। ସେହିପରି କରୋନା ପ୍ରକୋପକୁ ଦେଖି ହିମାଚଳ ପ୍ରଦେଶର କାଙ୍ଗଡା ଜିଲାରେ ମଧ୍ୟ ରାଜ୍ୟ ସରକାର କର୍ଫ୍ୟୁ ଜାରି କରିଛନ୍ତି।