ଅନିୟମିତତାକୁ ବିରୋଧ କରି ବ୍ଲକ ଅଫିସ୍‌ ଘେରାଉ

ରେମୁଣା,୩।୬(ଡି.ଏନ.ଏ.)- ବାଲେଶ୍ୱର ଜିଲା ରେମୁଣା ବ୍ଲକରେ ବିଭିନ୍ନ ଅନିୟମିତତାକୁ ବିରୋଧ କରି କିଛି ସରପଞ୍ଚ, ସମିତିସଭ୍ୟ ଏବଂ ୱାର୍ଡସଭ୍ୟ ମିଳିତ ଭାବେ ବୁଧବାର ପୂର୍ବାହ୍ନରେ ରେମୁଣା ବ୍ଲକ ଅଫିସ୍‌କୁ ନୂଆପାଢ଼ୀ ସମିତିସଭ୍ୟ ଶୁଭେନ୍ଦୁ ମଙ୍ଗରାଜଙ୍କ ନେତୃତ୍ୱରେ ଘେରାଉ କରିଥିଲେ। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଉପଜିଲାପାଳ ନିଲୁ ମହାପାତ୍ର ଟେଲିଫୋନ୍‌ ଯୋଗେ ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ରେମୁଣା ତହସିଲଦାର ଓ ଶିଳ୍ପାଞ୍ଚଳ ଥାନା ଅଧୀନ ଗୋଲେଇ ଫାଣ୍ଡିର ଅଧିକାରୀ ଧିରେନ୍ଦ୍ର ମହାନ୍ତି ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ପ୍ରତ୍ୟେକ୍ଷ ଆଲୋଚନା ପରେ ବିକ୍ଷୋଭକାରୀମାନେ ଆନ୍ଦୋଳନରୁ ଓହରିଥିଲେ। ଉକ୍ତ ଆନ୍ଦୋଳନରେ ମୁଖୁରା ସରପଞ୍ଚ ଷ୍ଟାଲିନ୍‌ ମିଶ୍ର, ଶ୍ରୀକୃଷ୍ଣପୁର ସରପଞ୍ଚ ଅଞ୍ଜଳି ମୁଖି, ସମିତିସଭ୍ୟ ସନ୍ଦୀପ ରାଉତ, ଆଇଶନ ଖାଁ, ରୂପେଶ ଜେନା ପ୍ରମୁଖ ଉପସ୍ଥିତ ରହିବା ସହ ବିଭିନ୍ନ ପଞ୍ଚାୟତରେ ୱାର୍ଡ ସଭ୍ୟ ଓ ନାଏବ ସରପଞ୍ଚମାନେ ବିକ୍ଷୋଭରେ ସାମିଲ ଥିଲେ।

Share