ଅନିୟମିତତାରେ ଚାଲିଛି ଆର୍‌ଡବ୍ଲୁଏସ୍‌ଏସ୍‌ କାର୍ଯ୍ୟାଳୟ: ଇଛା ଅନୁସାରେ ଅଫିସ ଆସୁଛନ୍ତି କର୍ମଚାରୀ, ଜାଣିଶୁଣି କାର୍ଯ୍ୟାଳୟର ସିସି ଟିଭି କେମେରା ଅଚଳ

ଦେବଗଡ଼, ୧୨ା୧(ଡି.ଏନ.ଏ.) -ଦେବଗଡ଼ ସହର ପୁରୁଣାଗଡ କଲେଜ ରୋଡସ୍ଥିତ ଆର୍‌ଡବ୍ଲୁଏସ୍‌ଏସ୍‌ (ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ) ବିଭାଗର କାର୍ଯ୍ୟାଳୟ ଅନିୟମିତତାରେ ଚାଲିଛି। ଇଛା ଅନୁସାରେ ଅଫିସ ଆସୁଛନ୍ତି କର୍ମଚାରୀ। ଫଳରେ ପାନୀୟଜଳ ଯୋଗାଣ ସମସ୍ୟା ନେଇ ଲୋକେ ଆପତ୍ତି ଅଭିଯୋଗ କରିବାକୁ ଗଲେ କାହା ଦେଖା ପାଆନ୍ତି ନାହିଁ। ଜଳଯୋଗାଣ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିଲେ ମଧ୍ୟ ଲୋକେ କର୍ମଚାରୀଙ୍କ ଦେଖାପାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରିକି ଲୋକେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟିବାକୁ ଚାର୍ହିଲେ ମଧ୍ୟ ଦେଖାପାଆନ୍ତି ନାହିଁ। ସେ ମଧ୍ୟ ଠିକ ଅଫିସ୍‌ ଆସୁନାହାନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଖବର ନେବାରେ ଜଣାଯାଇଛି ଯେ, ଉକ୍ତ କାର୍ଯ୍ୟାଳୟର ମୁଖ୍ୟ ଠିକ୍‌ ଭାବେ ଆସୁ ନ ଥିବାରୁ ଇଛାଅନୁସାରେ ଚାଲିଛି ଅଫିସ। କେହି କେହି କର୍ମଚାରୀ ୩ ରୁ ୪ ଦିନରେ ଥରେ ଆସି ଉପସ୍ଥାନ ଦସ୍ତଖତ କରୁଥିବା ଜଣାପଡିଛି। ଫିଲ୍‌ଡ଼ କାମରେ ବାହାରକୁ ଯିବାକୁ ପଡ଼ୁ ଥିବାରୁ ଅଫିସ ଆସି ହେଉନାହିଁ ବୋଲି କେତେଜଣ କର୍ମଚାରୀ ବାହାନା କରୁଛନ୍ତି। ଏହି ଅଫିସର ସିସି ଟିଭି କେମେରା ଦୀର୍ଘମାସ ହେବ ବନ୍ଦ ହୋଇ ପଡିଛି। ଫଳରେ ଅନିୟମିତତା, ନିୟମିତ ଅଫିସ ନ ଆସିବାକୁ ଏହା ସୁଯୋଗ ସୃଷ୍ଟି କରୁଛି। ଏହା କେମିତି ଖରାପ ହେଲା, ଯଦି ଖରାପ ହେଲା ମରାମତି କଣ ପାଇଁ ହେଉ ନାହିଁ କି ଜାଣିଶୁଣି କି ବନ୍ଦ କରାଯାଇଛି ତାହା ତଦନ୍ତ କଲେ ପ୍ରକୃତ ରହସ୍ୟ ଜଣାପଡ଼ିବ। ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ସବୁ ବିଭାଗର ଅଧିକାରୀ ଉପସ୍ଥିତ ରହିବା କଥା। କିନ୍ତୁ ଆର୍‌ଡବ୍ଲୁଏସ୍‌ଏସ୍‌ ବିଭାଗର ଅଧିକାରୀ ବହୁବାର ଅନୁପସ୍ଥିତ ରହୁଥିବା ଜଣାପଡିଛି। ଫଳରେ ବିଭାଗୀୟ ଏସ୍‌ଡିଓ ଉପସ୍ଥିତ ହୋଇ କାମ ଚଳାଇ ଦେଉଥିବା କୁହାଯାଉଛି। କେବଳ ସେତିକି ନୁହେଁ, ଉକ୍ତ ଅଫିସରେ ବିଭିନ୍ନ ପ୍ରକଳ୍ପ ପାଇଁ ଲକ୍ଷାଧିକ ଟଙ୍କା ଆସୁଥିବାରୁ ଉକ୍ତ କାର୍ଯ୍ୟ ପାଇଁ ଠିକାଦାରଙ୍କଠାରୁ ମୋଟାଅଙ୍କର ପିସି କାରବାର ହେଉଥିବା ଅଭିଯୋଗ ହେଉଛି। ଫଳରେ ଜଳଯୋଗାଣ ପ୍ରକଳ୍ପ ନିମ୍ନମାନର ହେଉଛି। ଫଳରେ ପାଣି ଯୋଗାଣର ଅଳ୍ପ ଦିନ ପରେ ପ୍ରକଳ୍ପ ଅଚଳ ହୋଇପଡ଼ୁଛି। ବର୍ତ୍ତମାନ ଜିଲାର କେତେକ ପ୍ରକଳ୍ପ କାମ ଚାଲିଥିବା ବେଳେ କେତେକ ଅଚଳ ହୋଇପଡିଛି। ଏ ସମ୍ପର୍କରେ ଦେବଗଡ଼ ଜଳ ଯୋଗାଣ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ନିହାର ରଞ୍ଜନ ଦାଶ କୁହନ୍ତି, ସେ ସବୁଦିନ ଅଫିସ ଆସୁଛନ୍ତି। ସିସି ଟିଭି କେମେରା ଖରାପ ହେବା କଥା ଜାଣିନାହାନ୍ତି। ଖରାପ ଥିଲେ ଠିକ କରାଯିବ ବୋଲି କହିଥିଲେ। ଏପଟେ ଏସ୍‌ଡିଓ ସତ୍ୟଜିତ ସାହୁ କହିଛନ୍ତି, ମୋତେ ଯେଉଁ ଦାୟୀତ୍ୱ ମିଳିଲେ କରିଥାଏ। ଜିଲାପାଳଙ୍କ ଜନଶୁଣାଣିକୁ ନିର୍ବାହୀ ଯନ୍ତ୍ରୀ ନ ଗଲେ ମୁଁ ଯାଇଥାଏ ବୋଲି କହିବା ସହ ସିସି କେମେରା ଠିକ କରାଯିବ ବୋଲି କହିଥିଲେ। ଏହି କାର୍ଯ୍ୟାଳୟ ସମ୍ପର୍କରେ ଓ ବିଭାଗ ପକ୍ଷରୁ ହେଉଥିବା ବିଭିନ୍ନ ପ୍ରକଳ୍ପ ଉପରେ ଭିଜିଲାନ୍ସ ତଦନ୍ତ କରାଗଲେ ବହୁ ରହସ୍ୟ ଲୋକଲୋଚନକୁ ଆସିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଜାନୁଆରୀ ୧ ନୁହେଁ ଗାଡ଼ିର ବୈଧ କାଗଜପତ୍ର ଅବଧି…

ଭୁବନେଶ୍ୱର,୨୩।୧୨:  ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ବସ୍ତି ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ମାସେ ସମୟ ଦେଲେ ସରକାର । ଏଣିକି ଗାଡ଼ିର ବୈଧ...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ରତ୍ନଭଣ୍ଡାରକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ: ୫ରୁ ୬ ମାସ ଭିତରେ…

ଭୁବନେଶ୍ୱର,୨୪।୧୨: ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ...

ଧାନକିଣାରେ ଅବ୍ୟବସ୍ଥା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କୃଷକ ମଞ୍ଚର ଧାରଣା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ମିଳିତ କୃଷକ ମଞ୍ଚ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାର ଚାଷୀ ସଙ୍ଗଠନ ମିଳିତ ଭାବେ ଧାରଣାରେ ବସିଛନ୍ତି...

ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...

କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri