ଅନିୟମିତ ଜୀବନଶୈଳୀ ଓ ଅପ୍ରଜନନତା

”ଏଣ୍ଡୋମେଟ୍ରିଓସିସ୍‌ ହେଉଛି ଏକ ସମାନ ପରିସ୍ଥିତି ଯେଉଁଠାରେ ଗର୍ଭାଶୟର ଲାଇନ ଏହାର ବାହାର ଆଡ଼କୁ ବୃଦ୍ଧି ପାଇବା ଆରମ୍ଭ ହୋଇଥାଏ(ଏଣ୍ଡୋମେଟ୍ରିଆଲ ଇମ୍‌ପ୍ଲାଣ୍ଟ), ଅତିଶୟ ଯନ୍ତ୍ରଣା ଏବଂ ଗର୍ଭଧାରଣ ଡିମ୍ବକୁ ରୋପଣ କରିବାରେ ବାଧା ସୃଷ୍ଟି କରିଥାଏ । ଏକ ପଲିସିଷ୍ଟିକ୍‌ ଓଭାରି ଡିଜିଜ୍‌(ପିସିଓଡି) ହେଉଛି ବର୍ତ୍ତମାନ କମ୍‌ ବୟସର ଯୁବତୀମାନଙ୍କ ମଧ୍ୟରେ ଦେଖାଯାଉଥିବା ଏକ
ସାଧାରଣ ପରିସ୍ଥିତି, ଯାହାକି ସ୍ତ୍ରୀ ଡିମ୍ବାଶୟ ବୃଦ୍ଧିର
ଏକ ପ୍ରମୁଖ କାରଣ ା“

-ଡା. ଲିପ୍‌ସା ମିଶ୍ର

ଜୀବନଶୈଳୀ ରୋଗ ଏବଂ ଅପ୍ରଜନନତା ମଧ୍ୟରେ ଯୋଗସୂତ୍ର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅଧିକାଂଶ କୈଶୋରଙ୍କ କ୍ଷେତ୍ରରେ ଏହା ଅପ୍ରଜନନତାର କାରଣ ହୋଇଥାଏ, ଯେଉଁଥିରେ ଆଡେନୋମାଓସିସ୍‌, ଏଣ୍ଡୋମେଟ୍ରିଓସିସ୍‌ ଏବଂ ପିସିଓଡି (ପଲିସିଷ୍ଟିକ୍‌ ଓଭାରି ଡିଜିଜ୍‌) ଅନ୍ତର୍ଭୁକ୍ତ। ଯେତେବେଳେ ଗର୍ଭାଶୟର ଆଭ୍ୟନ୍ତର ଲାଇନିଂ, ଯାହାକି ଏଣ୍ଡୋମେଟ୍ରିୟମ ୟୁଟେରିନ୍‌ ମସଲରେ ପ୍ରବାସ କରିଥାଏ, ସେତେବେଳେ ଏଣ୍ଡୋମେଟ୍ରିଆଲର ଗ୍ରହଣଶୀଳତା ହ୍ରାସ ପାଇଥାଏ ଏବଂ ଭୁଲ୍‌ ଧାରଣା ଅଧିକ ଜଟିଳ ହେବା ସହିତ ୟୁଟ୍ରିନ୍‌ କଣ୍ଟ୍ରାକ୍ସନର କାରଣ ହୋଇଥାଏ। ଉକ୍ତ ଅବସ୍ଥାକୁ ଆଡେନୋମାଓସିସ୍‌ କୁହାଯାଏ ।
ଏଣ୍ଡୋମେଟ୍ରିଓସିସ୍‌ ହେଉଛି ଏକ ସମାନ ପରିସ୍ଥିତି ଯେଉଁଠାରେ ଗର୍ଭାଶୟର ଲାଇନ ଏହାର ବାହାର ଆଡ଼କୁ ବୃଦ୍ଧି ପାଇବା ଆରମ୍ଭ ହୋଇଥାଏ (ଏଣ୍ଡୋମେଟ୍ରିଆଲ ଇମ୍‌ପ୍ଲାଣ୍ଟ) ଅତିଶୟ ଯନ୍ତ୍ରଣା ଏବଂ ଗର୍ଭଧାରଣ ଡିମ୍ବକୁ ରୋପଣ କରିବାରେ ବାଧା ସୃଷ୍ଟି କରିଥାଏ । ଏକ ପଲିସିଷ୍ଟିକ୍‌ ଓଭାରି ଡିଜିଜ୍‌ (ପିସିଓଡି) ହେଉଛି ବର୍ତ୍ତମାନ କମ୍‌ ବୟସର ଯୁବତୀମାନଙ୍କ ମଧ୍ୟରେ ଦେଖାଯାଉଥିବା ଏକ ସାଧାରଣ ପରିସ୍ଥିତି, ଯାହାକି ସ୍ତ୍ରୀ ଡିମ୍ବାଶୟ ବୃଦ୍ଧିର ଏକ ପ୍ରମୁଖ କାରଣ ।
ଏହି ସବୁ ରୋଗର ଲକ୍ଷଣ ପ୍ରାୟତଃ ସମାନ ହୋଇଥିବାବେଳେ, ଏହା ମାସିକ ଋତୁସ୍ରାବ ସହିତ ସଂଶ୍ଳିଷ୍ଟ। ଏହା ବହୁତ କମ୍‌ ସମୟ ପର୍ଯ୍ୟନ୍ତ କିମ୍ବା ବହୁତ ଲମ୍ବା ଅବଧି ପର୍ଯ୍ୟନ୍ତ ଏବଂ କ୍ୱଚିତ ହେଉଥିବାବେଳେ ଅଧିକ ରକ୍ତସ୍ରାବ ଏବଂ ଯନ୍ତ୍ରଣାଦାୟକ ହୋଇଥାଏ ା ପିସିଓଡିର କିଛି ନିର୍ଦ୍ଦିଷ୍ଟ ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ ଅଧିକ କେଶ ବୃଦ୍ଧି, ନାଲି ବ୍ରଣ ଏବଂ ହଠାତ୍‌ ଓଜନ ବୃଦ୍ଧି ଅନ୍ତର୍ଭୂକ୍ତ, ଯାହାକି ଭବିଷ୍ୟତର ଜଟିଳତା ଯେପରିକି ଟାଇପ୍‌-୨ ଡାଇବେଟିସ୍‌ ମେଲିଟସ୍‌ ଏବଂ ଅନ୍ୟ ହୃଦୟ ସମ୍ବନ୍ଧିତ ରୋଗରୁ ରକ୍ଷା ପାଇବା ପାଇଁ ଯଥାଶୀଘ୍ର ପରାମର୍ଶ ଆବଶ୍ୟକ ା ଯଦିଓ ଏହିପରି ପରିସ୍ଥିତି ୩୫ରୁ ୫୦ ବର୍ଷ ବୟସ ମଧ୍ୟରେ ଏକ ସାଧାରଣ ଘଟଣା। କିନ୍ତୁ ଅଧିକାଂଶ ଯୁବତୀ ଏଥିରେ ଆକ୍ରାନ୍ତ ହୋଇଥାନ୍ତି ।ଏହି ଅନିୟମିତ ମାସିକ ଋତୁସ୍ରାବ କିମ୍ବା କମ୍‌ ବୟସରେ ଏହିସବୁ ଲକ୍ଷଣ ଦେଖାଗଲେ ଭବିଷ୍ୟତ ଅସୁବିଧାକୁ ଏଡ଼ାଇବା ପାଇଁ ଯଥାଶୀଘ୍ର ଚିକିସତ୍ା କରାଇବାକୁ ପରାମର୍ଶ ଦିଆଯାଇଥାଏ ।
ଅପ୍ରଜନନତାର ଚିକିସତ୍ା
ସେହି ସମାନ ଗବେଷଣା ଯଦିଓ ଚିକିସତ୍ା ପଦ୍ଧତି ପାଇଁ ବାଟ ଦେଖାଇଛି, ଯାହାକି ମହିଳାମାନେ ଏହିସବୁ ଜୀବନଶୈଳୀ ସମ୍ବନ୍ଧୀୟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।
ନୂତନ ଜ୍ଞାନକୌଶଳ ଯେପରି କି ୩ଡି ଅଲଟ୍ରାସୋନୋଗ୍ରାଫି ଏବଂ ଏମ୍‌ଆର୍‌ଆଇ ଆଡେନୋମାଓସିସ୍‌ର ଚିକିସତ୍ାକୁ ସମ୍ଭବ କରିପାରିଛି ା ଗୋଟିଏ ନିଦାନ ହେଲା ପରେ ରୋଗକୁ ବିଭିନ୍ନ ପ୍ରକାର ଓଷଧ ଏବଂ ମେଡିକାଲ ଏବଂ ମିଳିତ ମେଡିକୋ ସର୍ଜିକାଲ ଚିକିସତ୍ା ମାଧ୍ୟମରେ ଆରୋଗ୍ୟ କରାଯାଇପାରେ, ଯାହାକି ଗତ ୨୦ବର୍ଷ ଧରି ଚାଲୁଅଛି ।
ପ୍ରଥମ ଏଜେଣ୍ଟ ଏଥିପାଇଁ ବ୍ୟବହୃତ ହୋଇଥିବାବେଳେ ଗୋଣ୍ଡାଅଟ୍ରୋଫିନ୍‌ ନିର୍ଗତ କରୁଥିବା ହରମୋନ୍‌ ଆଗୋନିଷ୍ଟସ (ଜିଏନ୍‌ଆର୍‌ଏଚ୍‌ଏ) ଏବଂ ଏ ପର୍ଯ୍ୟନ୍ତ ସଫଳତା ହାର ମଧ୍ୟ ସର୍ବାଧିକ ରହିଛି ା
ଏହିପରି ଅନେକ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ ଆଡେନୋମାଓସିସ୍‌ ସମ୍ବନ୍ଧୀୟ ଅପ୍ରଜନନତା ସହିତ ଜିଏନ୍‌ଆର୍‌ଏଚ୍‌ଏର ସଫଳ ଚିକିସତ୍ା ସମ୍ପର୍କରେ ଉଲ୍ଲେଖ କରାଯାଇଛି, ଯାହାକି ଏକୁଟିଆ କିମ୍ବା ମିଳିତ ଅସ୍ତ୍ରୋପଚାର ଦ୍ୱାରା ସମ୍ଭବ ହୋଇପାରିଛି।
ଏଥିସହିତ ଆଡେନୋମାଓସିସ୍‌ ଯୁବ ମହିଳାମାନଙ୍କଠାରେ ମଧ୍ୟ ଦେଖାଯାଇଥାଏ ଏବଂ ପେଲଭିକ୍‌ ଏଣ୍ଡୋମେଟ୍ରିଓସିସ୍‌ ଏବଂ ଇନ୍‌ଫର୍ଟିଲିଟି ସହିତ ସଂଯୋଗ ହୋଇପାରେ, ଯାହାକି ଯଥାଶୀଘ୍ର ଚିହ୍ନଟ କରିବା ପରେ ଆଇଭିଏଫ୍‌ ଚିକିସତ୍ା ସମ୍ଭବପର ହୋଇପାରିଛି ।ଏଥିମଝିରେ ଏହା ମଧ୍ୟ ମହିଳା ସହଯୋଗୀମାନଙ୍କୁ ଆଇଭିଏଫ୍‌ ସାଇକେଲ ପୂର୍ବରୁ ଏବଂ ଚିକିସତ୍ା ଚାଲୁଥିବା ସମୟରେ କ୍ୟାଫିନ୍‌ ଗ୍ରହଣ ନ କରିବାକୁ ପରାମର୍ଶ ଦିଆଯାଇଥାଏ ।
ସହଯୋଗୀମାନେ ଆଇଭିଏଫ୍‌ ସାଇକେଲ ସମୟରେ ଆଲକୋହଲ ପିଇବା ଉଚିତ ନୁହେଁ। ଉକ୍ତ ସର୍ବେକ୍ଷଣରୁ ପ୍ରକାଶ ଗର୍ଭାବସ୍ଥାରେ ଅବନତି ଏବଂ ଗର୍ଭପାତର ସମ୍ଭାବନା ହାରରେ ବୃଦ୍ଧି ହୋଇଥାଏ ା ପରିଶେଷରେ ଜୀବନ ପସନ୍ଦ ସମ୍ପର୍କରେ ଯେକୌଣସି ଆଲୋଚନା ଏବଂ ଆନିକ୍ସିଟି, ଚାପ ଏବଂ ବିଷାଦ ବିନା ଆଲୋଚନାରେ ପ୍ରଜନନତା ଅସମ୍ପୂର୍ଣ୍ଣ ରହିବ ା ବିଭିନ୍ନ ପ୍ରକାର ସର୍ବେକ୍ଷଣରୁ ପ୍ରକାଶ ଯେ, ଏହିସବୁ ଲକ୍ଷଣ ମହିଳାମାନଙ୍କଠାରେ ଗର୍ଭାଶୟ ସଫଳତା ହାରରେ ଅବନତି କରିଥାଏ । ଦୈନନ୍ଦିନ ଜୀବନରେ ଆମର ପସନ୍ଦ ଭବିଷ୍ୟତର ସମ୍ଭାବନାକୁ ଅନୁମାନ କରିପାରିଥାଏ। ସକ୍ଷମ ଅଭିଭାବକ ନିଶ୍ଚିତରୂପେ ଭବିଷ୍ୟତରେ ଆଗାମୀ ବର୍ଷଗୁଡ଼ିକରେ ଏକ ସମ୍ପୂର୍ଣ୍ଣ ପରିବାର ଗଠନ କରିବା ଦିଗରେ ଦୃଷ୍ଟିକୈନ୍ଦ୍ରିତ କରିବା ଆବଶ୍ୟକ ।
ଉପରୋକ୍ତ ବିଷୟ ସହ ନିମ୍ନୋକ୍ତ ଟିପ୍ସ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ।
-ଏହା ଏକ ଧାରଣା କିନ୍ତୁ ସତ୍ୟ ଯେ, ସବୁ ଜିନିଷର ଅଧିକ ହେଉଛି କ୍ଷତିକାରକ! ଦୀର୍ଘଦିନ ପର୍ଯ୍ୟନ୍ତ କ୍ୟାଫିନ୍‌ ଗ୍ରହଣ ହେଉଛି କ୍ଷତିକାରକ ଏବଂ ଯେଉଁ ମହିଳାମାନେ ଅଧିକ କ୍ୟାଫିନ୍‌ ଗ୍ରହଣ କରିଥାନ୍ତି, ତାହା ଦିନକୁ ପାଞ୍ଚ କପ୍‌ କଫି ପିଇବା ସହିତ ସମାନ ବୋଲି ଧରାଯାଏ, ଯାହାକି ଗର୍ଭଧାରଣ ପାଇଁ ଅଧିକ ଦିନ ସମୟ ଲାଗିବାରେ କାରଣ ହୋଇଥାଏ ।
-ଉଭୟ ଆଲକୋହଲ ଏବଂ ଧୂମପାନ ଗର୍ଭସଞ୍ଚାର ହାରକୁ ହ୍ରାସ ଏବଂ ଗର୍ଭପାତ ସମ୍ଭାବନାକୁ ବୃଦ୍ଧି କରିଥାଏ ।
ଆହୁରି ମଧ୍ୟ ସିଗାରେଟରେ ଥିବା କେମିକାଲ ପୁରୁଷମାନଙ୍କର ପ୍ରଜନନ କ୍ଷମତାକୁ ହ୍ରାସ କରିଥାଏ । ମାରିଜୁଆନା ଏବଂ କୋକେନ୍‌ ମଧ୍ୟ ବୀର୍ଯ୍ୟ ସଂଖ୍ୟା ଏବଂ ଗତିକୁ ହ୍ରାସ କରିପାରେ ଏବଂ ଖରାପ ବୀର୍ଯ୍ୟ ପ୍ରତିଶତକୁ ବୃଦ୍ଧି କରିଥାଏ ।
-ମେଦବୃଦ୍ଧି (୩୦ରୁ ଊଦ୍ଧ୍ୱର୍ର୍ ବିଏମ୍‌ଆଇ) ଜଣେ ମହିଳାଙ୍କ ପ୍ରଜନନତା ହ୍ରାସ, ଗର୍ଭପାତ ସମ୍ଭାବନାରେ ବୃଦ୍ଧି ଏବଂ ଅଧିକ ଗୁରୁତ୍ୱପୂର୍ଣ୍ଣ ଅପରିପକ୍ୱ ଜନ୍ମ ହାରରେ ବୃଦ୍ଧି ସମ୍ଭାବନା ଦେଖାଯାଇଥାଏ ା
୫% ରୁ ୧୦% ଓଜନ ହ୍ରାସ ଅହେତୁକ ଭାବରେ ଡିମ୍ବାଣୁ ସୃଷ୍ଟି କରିବା ଏବଂ ଗର୍ଭସଞ୍ଚାର ହାରରେ ଉନ୍ନତି କରିଥାଏ ।
-ମଧ୍ୟମ ଧରଣର ବ୍ୟାୟାମ ଉଭୟ ପୁରୁଷ ଏବଂ ମହିଳା ପ୍ରଜନନତାରେ ବୃଦ୍ଧି କରିଥାଏ (ଉଦାହରଣ: ଚଞ୍ଚଳ ଚାଲିବା)। ବର୍ତ୍ତମାନ ସମୟରେ ସମସ୍ତ ବୟସ୍କଙ୍କୁ ସପ୍ତାହରେ ଅଧିକାଂଶ ଦିନ ୩୦ ମିନିଟ୍‌ ଚାଲିବାକୁ ପରାମର୍ଶ ଦିଆଯାଉଛି ଏବଂ ଉକ୍ତ ସ୍ତର ପ୍ରଜନନତା ପାଇଁ ସର୍ବୋକୃଷ୍ଟ ।
-ଗର୍ଭବାସ୍ଥା ପାଇଁ ଚାପ ବହୁତ କ୍ଷତିକାରକ, ଯେତେବେଳେ ଏହାର ସଂଯୋଗ ସିଧାସଳଖ ନୁହେଁ, ଯାହାକି ଉକ୍ତ ଆର୍ଟିକିଲର ଶେଷରେ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରାଯାଇଛି ।
ଯେତେବେଳେ ଚାପ, ବିଷାଦ କିମ୍ବା ଉଦ୍‌ବେଗ ପ୍ରତ୍ୟକ୍ଷ ଭାବରେ ଆପଣଙ୍କ ପ୍ରଜନନତାକୁ ପ୍ରଭାବ ପକାଇ ନ ଥାଏ, ସେଗୁଡ଼ିକ ଆପଣଙ୍କଠାରେ କିଛି ହରମୋନାଲ ବ୍ୟାଘାତ ସୃଷ୍ଟି କରିଥାନ୍ତି। ଏହା ଆପଣଙ୍କ ମାସିକ ଋତୁଚକ୍ର ଉପରେ ପ୍ରଭାବ ପକାଇଥାଏ ଏବଂ ଆହୁରି ମଧ୍ୟ ଅଳ୍ପ କିଛି ଡିମ୍ବାଣୁ ଉପତ୍ାଦନ କରିଥାଏ ।

 

କମ୍‌ ବୟସରେ ଅପ୍ରଜନନତା ପାଇଁ ପ୍ରମୁଖ କାରଣ

ଏଥିପାଇଁ ଏକ ପ୍ରମୁଖ କାରଣ ଯେପରି ବୟସ, ଓଜନ ଏବଂ ଧୂମପାନ ସାଧାରଣ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ଏବଂ ବ୍ୟକ୍ତିବିଶେଷଙ୍କଠାରେ ପ୍ରଜନନ ଦକ୍ଷତାରେ ଅବନତି ହୋଇଥାଏ। ସମୟାନୁସାରେ ଅକ୍ସିଡେଟିଭ୍‌ ଚାପ ବୃଦ୍ଧି ଏବଂ ବୀର୍ଯ୍ୟରେ ଆଣ୍ଟିଅକ୍ସିଡାଣ୍ଟ ସ୍ତର ହ୍ରାସ ପାଇଥାଏ ା ଶୁକ୍ରାଣୁ ଡିଏନ୍‌ଏ ବିଖଣ୍ଡନ ମଧ୍ୟ ପୁରୁଷର ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ବୃଦ୍ଧି ପାଇଥାଏ ା ଯେଉଁ ପୁରୁଷମାନେ ପୌଷ୍ଟିକ ଆହାର ଗ୍ରହଣ କରି ନ ଥାନ୍ତି ସେମାନଙ୍କର ବୀର୍ଯ୍ୟର ଗୁଣବତ୍ତା ମଧ୍ୟ କମ୍‌ ରହିଥାଏ ା ଆଣ୍ଟିଅକ୍ସିଡାଣ୍ଟ ବୀର୍ଯ୍ୟର ଗତିଶୀଳରେ ଉନ୍ନତି କରିଥାଏ ଏବଂ ଯେଉଁ ପୁରୁଷଙ୍କର ଶୁକ୍ରାଣୁ ଠିକ୍‌ଭାବେ ଗତିକରି ନ ଥାଏ ଏବଂ ସେମାନଙ୍କ ବର୍ଦ୍ଧିତ ବିଖଣ୍ଡିତ ଡିଏନ୍‌ଏ ଅକ୍ସିଡେଟିଭ ଚାପ ସୃଷ୍ଟିକରିଥାଏ ା ଆହୁରି ମଧ୍ୟ ମହିଳାମାନଙ୍କ ଦ୍ୱାରା ହେଉଥିବା ଧୂମପାନ ଯୋଗୁ ସଫଳତା ହାର ୫୦ ପ୍ରତିଶତ ହ୍ରାସ ପାଇଥାଏ ଏବଂ ଗର୍ଭପାତ ବୃଦ୍ଧି ପାଇଥାଏ ା ଏଠାରେ ଲିଷ୍ଟ ସରିଯାଉ ନାହିଁ! ଯେତେବେଳେ ଉକ୍ତ ଘଟଣା ସମ୍ପର୍କରେ ଅଧିକ ସର୍ବେକ୍ଷଣର ଆବଶ୍ୟକତା ରହିଛି, ବିଶେଷଜ୍ଞମାନେ ମୁଖ୍ୟତଃ ମାନସିକ ଚାପ, ଚା କିମ୍ବା କଫିର ସେବନ, ମାଦକଦ୍ରବ୍ୟ ବ୍ୟବହାର ଏବଂ ପରିବେଶ ପ୍ରଦୂଷଣ ହେଉଛି କେତେକ ପ୍ରମୁଖ କାରଣ ଯାହାକି ଜୀବନଶୈଳୀ ଅନିୟମିତତାର କାରଣ ଏବଂ ପରୋକ୍ଷ ଭାବରେ ଅପ୍ରଜନନତାର କାରଣ ହୋଇଥାଏ ା

-ଆଇଭିଏଫ୍‌ ବିଶେଷଜ୍ଞ, ଇନ୍ଦିରା ଆଇଭିଏଫ୍‌ ହସ୍ପିଟାଲ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri