ଅନୀଲଙ୍କୁ କିମିଙ୍କ ସହିତ ଏକାଠି ଦେଖି ଶୁଟିଂସେଟ୍‌ରେ ଭଙ୍ଗାରୁଜା କରିଥିଲେ ସୁନୀତା…

ମୁମ୍ବାଇ: ବଲିଉଡ୍‌ର ଚକୋଲେଟ ହିରୋ ଅନୀଲ କପୁରଙ୍କ ଫିଲ୍ମ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥାଏ। ଅନୀଲଙ୍କ ଫିଲ୍ମ କ୍ୟାରିୟର ପରି ତାଙ୍କର ବ୍ୟକ୍ତିଗତ ଜୀବନ ମଧ୍ୟ ରୋଚକ। ବିଗତ ଦିନରେ ଅନୀଲ ବଲିଉଡ୍‌ ଅଭିନେତ୍ରୀ କିମି କାଟକରଙ୍କ ପ୍ରେମରେ ପାଗଳ ଥିଲେ ବୋଲି ପ୍ରଶଂସକ କହିଥାନ୍ତି। କିମିଙ୍କ ସହିତ ଫିଲ୍ମ କରିବା ପାଇଁ ବିଭିନ୍ନ ପ୍ରଯୋଜକଙ୍କ ସହିତ ଅନୀଲ କଥାବାର୍ତ୍ତା ମଧ୍ୟ କରୁଥିଲେ। କିମି-ଅନୀଲଙ୍କ ପ୍ରେମ କାହାଣୀ ନେଇ ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚା ବଢ଼ିବାରେ ଲାଗିଲା। ଏହାକୁ ଅନୀଲଙ୍କ ସ୍ତ୍ରୀ ସୁନିତା କପୁର ପ୍ରଥମେ ଗୁଜବ ବୋଲି ଭାବୁଥିଲେ। ତେବେ ଦିନେ ସେ ଶୁଟିଂ ସେଟ୍‌ରେ ପହଞ୍ଚି କିମି-ଅନୀଲଙ୍କୁ ଅନ୍ତରଙ୍ଗ ଭାବେ ଗୋଟିଏ ରୁମ୍‌ରେ ବସିଥିବା ଦେଖିଥିଲେ। ସୁନିତା ଶୁଟିଂ ସେଟ୍‌ରେ ଭଙ୍ଗାରୁଜା ଆରମ୍ଭ କରିଥିଲେ । ଶେଷରେ ଦାମ୍ପତ୍ୟ ଜୀବନରେ ଉଠିଥିବା ଝଡ଼ର ସମାଧାନ ପାଇଁ ଅନୀଲ କିମିଙ୍କ ସହିତ ଆଉ ଫିଲ୍ମ କରି ନ ଥିଲେ।

Share