Categories: ବାଣିଜ୍ୟ

ଅନୀଲ ଅମ୍ବାନୀଙ୍କ ବିରୋଧରେ ୩ ଚାଇନା ବ୍ୟାଙ୍କର ମାମଲା

ନୂଆଦିଲ୍ଲୀ,୧୦-୧୧: ରିଲାଏନ୍ସ ପ୍ରମୋଟର ଅନୀଲ ଅମ୍ବାନୀଙ୍କ ବିରୋଧରେ ଚାଇନାର ୩ ବ୍ୟାଙ୍କ ଲଣ୍ଡନର ଏକ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଇଣ୍ଡଷ୍ଟ୍ର୍ରିଆଲ ଆଣ୍ଡ କମର୍ସିଆଲ ବ୍ୟାଙ୍କ ଅଫ୍‌ ଚାଇନା, ଚାଇନା ଡେଭଲପମେଣ୍ଟ ବ୍ୟାଙ୍କ ଏବଂ ଏକ୍ସପୋର୍ଟ ଇମ୍ପୋର୍ଟ ବ୍ୟାଙ୍କ ଅଫ୍‌ ଚାଇନା ଏହି ବ୍ୟାଙ୍କଗୁଡିକ ମଧ୍ୟରେ ଅଛନ୍ତି। ବ୍ୟାଙ୍କଗୁଡିକ ଅନୀଲଙ୍କ ନିଜସ୍ବ ଗ୍ୟାରେଣ୍ଟି ଦ୍ୱାରା ରିଲାଏନ୍ସ କମ୍ୟୁନିକେଶନକୁ ୨୦୧୨ରେ ୯୨.୯୨ କୋଟି ଟଙ୍କାର ଋଣ ପ୍ରଦାନ କରିଥିବା ଦାବି କରିଛନ୍ତି। ୨୦୧୭ରେ ରିଲାଏନ୍ସ ଋଣ ସୁଝିବାକୁ ଅସମର୍ଥ ହୋଇଥିଲା। କମ୍ପାନୀ ଉପରେ ୪୮୪୭ କୋଟି ଟଙ୍କାର ବକେୟା ରହିିଥିବା ଏକ ଗଣମାଧ୍ୟମ ରିପୋର୍ଟରେ ଉଲ୍ଲେଖ ରହିଛି। ବ୍ୟାଙ୍କଗୁଡିକର ଏହି ଦାବି ଉପରେ ରିଲାଏନ୍ସ ପକ୍ଷରୁ ଓକିଲ ପ୍ରତିକ୍ରିୟା ରଖିଛନ୍ତି। ଅନୀଲଙ୍କ ନିଜସ୍ବ ଗ୍ୟାରେଣ୍ଟି ନୁହେଁ ବଂର କମ୍ଫର୍ଟ ଲେଟର ଦ୍ୱାରା ଏହି ପ୍ରକ୍ରିୟା ହୋଇଥିବା କମ୍ପାନୀ ପ୍ରତିକ୍ରିୟାରେ କହିଛି।

Share