ଅନୁଗୋଳରେ ଅଟକିଲେ ୩୨ ଶ୍ରମିକ

ଅନୁଗୋଳ ଅଫିସ, ୨୨।୫

ବାହାର ରାଜ୍ୟରୁ ଓଡ଼ିଶା ଫେରୁଥିବା ୩୨ ଶ୍ରମିକ ଗୁରୁବାର ଅନୁଗୋଳ ଜିଲାରେ ଅଟକି ଯାଇଛନ୍ତି। ବରଗଡ଼ରୁ ଏକ ଟ୍ରକ୍‌ରେ ଅନୁଗୋଳ ଆସିବା ପରେ ସେମାନଙ୍କୁ ପ୍ରଶାସନ ପକ୍ଷରୁ କ୍ୱାରାଣ୍ଟାଇନରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କ ଘର ପୁରୀ ଓ ନୟାଗଡ଼ ଜିଲାରେ ବୋଲି ଜଣାପଡ଼ିଛି। ଅନୁଗୋଳ ମେଡିକାଲ ଛକରେ ପହଞ୍ଚିବା ପରେ ସେମାନେ ଥାନା ଓ ପରେ ଜିଲା କାର୍ଯ୍ୟାଳୟକୁ ଆସିଥିଲେ। ସେମାନଙ୍କୁ ବାଳିକା ଉଚ୍ଚ ବିଦ୍ୟାଳୟରେ କ୍ବାରାଣ୍ଟାଇନ୍‌ରେ ରଖାଯାଇଛି। ସେହିପରି ଗୟାରୁ ୧୦ ଜଣ ଲୋକଙ୍କୁ ଆଣିଥିବା ଏକ ଟ୍ରକ୍‌ ଅନୁଗୋଳରେ ଛାଡ଼ି ଚାଲିଯାଇଥିଲା। ସେମାନଙ୍କ ଘର କୋରାପୁଟରେ ବୋଲି ଜଣାପଡ଼ିଛି। ସମସ୍ତଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Share