ଅନୁଗୋଳରେ ନାବାଳିକା ବଳାତ୍କାର ଘଟଣା: ୧୫ ଲକ୍ଷ କ୍ଷତିପୂରଣ ପାଇଁ ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ

ଭୁବନେଶ୍ୱର, ୨୩।୭(ବ୍ୟୁରୋ): ପରିବାର ଲୋକଙ୍କ ସହ ଶୋଇଥିବା ଜଣେ ୮ ବର୍ଷୀୟା ନାବାଳିକାଙ୍କୁ ଉଠାଇ ନେଇ ବଳାକତ୍ାର କରିବା ଘଟଣା ରବିବାର ଅନୁଗୋଳ ସହରକୁ ସ୍ତବ୍ଧ କରିଦେଇଥିଲା। ଏହି ଘଟଣାକୁ ନେଇ ସୋମବାର ବିଧାନସଭା ହୁଲ୍‌ସ୍ତୁଲ ହୋଇଛି। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ପୀଡ଼ିତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଦାବିରେ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ଅଭିଯୋଗ ହୋଇଛି। ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ ଅନ୍‌ଲାଇନ୍‌ ମାଧ୍ୟମରେ ଏହି ଅଭିଯୋଗ କରିଛନ୍ତି। ମାନବାଧିକାର ନିୟମ ଅନୁଯାୟୀ ପୀଡ଼ିତାଙ୍କ ପରିବାରକୁ ୪ସପ୍ତାହ ମଧ୍ୟରେ ୧୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ମୁଖ୍ୟ ଶାସନ ସଚିବ ଏବଂ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଡିଜିପିଙ୍କୁ ନିର୍ଦ୍ଦେଶ ଦେବାକୁ ସେ ତାଙ୍କ ପିଟିଶନ୍‌ରେ କମିଶନଙ୍କୁ ନିବେଦନ କରିଛନ୍ତି।
ସୂଚନା ଅନୁଯାୟୀ, ମହାରାଷ୍ଟ୍ର ନାଗପୁର ଅଞ୍ଚଳର ଏକ ଶ୍ରମିକ ପରିବାର ଅନୁଗୋଳରେ କାମ କରିବା ସହ ବାଳସୁଧାର ଗୃହ ନିକଟରେ ରହୁଥିଲେ। ଶନିବାର ରାତିରେ ବର୍ଷା ହେବାରୁ ଘରକୁ ଯାଇ ନ ପାରି ବସ୍‌ଷ୍ଟାଣ୍ଡ ନିକଟ ଏକ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଥିଲେ। ସେଠାରୁ ଫାଣ୍ଡି ମାତ୍ର ୪ଶହ ମିଟର। ନାବାଳିକା ଜଣଙ୍କ ପରିବାର ଲୋକଙ୍କ ସହ ସେଠାରେ ଶୋଇଥିଲେ। ରାତି ପ୍ରାୟ ୨ଟାରେ କେହି ଦୁର୍ବୃତ୍ତ ନାବାଳିକାଙ୍କୁ ଉଠାଇ ନେଇ ଏକ ଆହାର କେନ୍ଦ୍ର ନିକଟରେ ବଳାକତ୍ାର କରିଥିଲେ। ପରେ ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ। ନାବାଳିକା ଜଣଙ୍କ ସଂଜ୍ଞାହୀନ ହୋଇପଡ଼ିବାରୁ ତାଙ୍କୁ ମୃତ ଭାବି ଅଳିଆ ଗଦାରେ ଫିଙ୍ଗିଦେଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ସକାଳେ ପରିବାର ଲୋକେ ଉଠିବା ପରେ ଝିଅକୁ ଦେଖିବାକୁ ପାଇ ନ ଥିଲେ। ସେମାନେ ଖୋଜାଖୋଜି କରିବା ବେଳେ ଅଳିଆଗଦାରେ ଝିଅ ଚେତାଶୂନ୍ୟ ଅବସ୍ଥାରେ ପଡ଼ିିଥିବା ଦେଖିଥିଲେ। ତାଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକିସତ୍ାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଜଟିଳ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କୁ ଅବଜରଭେଶନରେ ରଖାଯାଇ ଚିକିସତ୍ା କରାଯାଉଛି।

Share