Advertisement

ଅନୁଗୋଳରେ ପୁଣି ୫ କରୋନା ପଜିଟିଭ୍‌ ଚିହ୍ନଟ: ୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଅନୁଗୋଳ ଅଫିସ,୨୪ା୫: ଅନୁଗୋଳ ଜିଲାରେ ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୫ଜଣଙ୍କୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ୱେବ୍‌ସାଇଟ୍‌ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ରାଜ୍ୟରେ ରବିବାର ୬୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଅନୁଗୋଳ ଜିଲାରେ ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୫ ଜଣ ସୁସ୍ଥ ହୋଇ ଥିବାବେଳେ ୧୦ ଜଣ ଆକ୍ଟିଭ୍‌ ରୋଗୀ ଥିବା ସୂଚନା ଦିଆଯାଇଛି। ତେବେ ନୂଆକରି ଚିହ୍ନଟ ହୋଇଥିବା ରୋଗୀଙ୍କ ତଥ୍ୟ ପ୍ରଶାସନ ପକ୍ଷରୁ ଅବଗତ କରାଯାଇନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share