ଅନୁଗୋଳ ଅଫିସ, ୨୦।୧୨- କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୨୨ ତାରିଖରେ ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ସିରିଜ୍ର ନିର୍ଣ୍ଣାୟକ ତଥା ତୃତୀୟ ମ୍ୟାଚ ଖେଳାଯିବ। ତେବେ ଏହି ଏକଦିବସୀୟ ମ୍ୟାଚକୁ ନେଇ ରାଜ୍ୟର କିକ୍ରେଟ୍ ପ୍ରେମୀଙ୍କ ମଧ୍ୟରେ ଅଧିକ ଉତ୍ସାହ ରହିଛି। କିଏ କିପରି ଉପାୟରେ ଟିକେଟ୍ ହାତେଇବ ତାହାକୁ ନେଇ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଗୁରୁବାର ସାଧାରଣ ଦର୍ଶକଙ୍କ ପାଇଁ ବାରବାଟୀ କାଉଣ୍ଟରରେ ଟିକେଟ୍ ବିକ୍ରି ହୋଇଥିବା ବେଳେ ସମସ୍ତ ଟିକେଟ୍ ବିକ୍ରି ସରିଥିବା ଓଡ଼ିଶା କିକ୍ରେଟ୍ ଆସୋସିଏଶନ୍ (ଓସିଏ) ପକ୍ଷରୁ ଜଣାଡିଛି । କିନ୍ତୁ ଓସିଏର ବିଭିନ୍ନ କର୍ମକର୍ତ୍ତାଙ୍କ ଘରେ ଟିକେଟ୍ଟିଏ ପାଇବା ପାଇଁ ପରିଚିତ ଲୋକମାନେ ଗହଳି ଜମାଇବା ଅନୁଗୋଳ ସହରରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।