ଅନୁଗୋଳ ଅଫିସ, ୨୦।୬ – ବିହାରରେ ଏନସେଫାଲାଇଟ୍ସରେ ଆକ୍ରାନ୍ତ ହୋଇ ଶିଶୁମୃତ୍ୟୁ ବଢିଚାଲିଛି। ଲିଚୁ ଖାଇବା ଯୋଗୁ ଏପରି ହେଉଥିବା ସନ୍ଦେହ କରାଯିବା ପରେ ବଜାରରେ ଥିବା ଲିଚୁରେ କ୍ଷତିକାରକ ରାସାୟନିକ ପଦାର୍ଥ ରହୁଛିକି ନା ତାହାର ଯାଞ୍ଚ ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଖାଦ୍ୟ ନିରାପତ୍ତା କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ ଏହି ଯାଞ୍ଚ ନିର୍ଦ୍ଦେଶ ଆସିଛି। ରାଜ୍ୟର ବିଭିନ୍ନ ଜିଲାରେ ଲିଚୁ ବିକ୍ରି ଉପରେ କଟକଣା ଲଗାଯିବା ସହ ଏହାର ଯାଞ୍ଚ ମଧ୍ୟ କରାଯାଉଛି। ହେଲେ ଅନୁଗୋଳରେ କୌଣସି କଟକଣା ନ ଲଗାଯିବା ସହ ଲିଚୁ ଯାଞ୍ଚ କରାଯାଉ ନ ଥିବା ଅଭିଯୋଗ ହେଉଛି।
ଏ ନେଇ ଜନସ୍ବାସ୍ଥ୍ୟ ବିଭାଗର ଏଡିଏମ୍ଓ ଡାକ୍ତର ରାକେଶ ସାହୁ କହିଛନ୍ତି, ଜିଲା ମୁଖ୍ୟ ଚିକିତ୍ସାଳୟକୁ ସେପରି କେହି ରୋଗୀ ଆସିନାହାନ୍ତି। ସ୍ବାସ୍ଥ୍ୟ ବିଭାଗରୁ ମଧ୍ୟ ସେମିତି କିଛି ନିର୍ଦ୍ଦେଶ ବର୍ତ୍ତମାନ ସୁଦ୍ଧା ଆସିନାହିଁ। ଏପରି ନିର୍ଦ୍ଦେଶ କି ଚିକିସତ୍ାଳୟକୁ ରୋଗୀ ଆସିଲେ ତୁରନ୍ତ ଲିଚୁ ଯାଞ୍ଚ କରାଯିବ। ଜିଲାର ଜନସ୍ବାସ୍ଥ୍ୟ ଅଧିକାରୀ ଏବେ ଛୁଟିରେ ଅଛନ୍ତି। ଏକ ଟିମ୍ ଲିଚୁ ଘଟଣା ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିଛି।