ଅନୁଗୋଳରେ ରଜନୀକାନ୍ତ ବିଜୟୀ

ଅନୁଗୋଳ ଅଫିସ, ୨୩ା୫- ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୪ର୍ଥ ଥର ପାଇଁ ବିଜୟ ଲାଭ କରିଛନ୍ତି ବିଜେଡିର ରଜନୀକାନ୍ତ ସିଂ। ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପ୍ରତାପ ଚନ୍ଦ୍ର ପ୍ରଧାନଙ୍କଠାରୁ ୫ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ସିଂ ଜିତିଛନ୍ତି। ଏଥିପାଇଁ ସେ ଅନୁଗୋଳବାସୀଙ୍କୁ କୃତଜ୍ଞତା ଜଣାଇବା ସହ ଅନୁଗୋଳର ବିକାଶ ଧାରାକୁ ବଜାୟ ରଖିବେ ବୋଲି ସେ କହିଛନ୍ତି।