ଅନୁଗୋଳ ଅଫିସ, ୧୧।୬- ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ଏକ ଅସ୍ଥାୟୀ ମେଡିକାଲ ସେଣ୍ଟରରୁ ଗୁରୁବାର ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନେ ସମସ୍ତେ ତାମିଲନାଡ଼ୁ ଫେରନ୍ତା ହୋଇଥିବାବେଳେ ବୟସ ୨୦ ରୁ ୪୪ ବର୍ଷ ମଧ୍ୟରେ ବୋଲି ଜିଲାପାଳ ମନୋଜ କୁମାର ମହାନ୍ତି ସୂଚନା ପ୍ରଦାନ କରିଛନ୍ତି। ସେମାନଙ୍କ ନମୁନା ଗୁରୁବାର ପଜିଟିଭ୍ ଜଣାପଡ଼ିବା ପରେ ସମସ୍ତଙ୍କୁ ତାଳଚେର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ୬ ନୂଆ ପଜିଟିଭ୍କୁ ମିଶାଇ ଜିଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚତ୍ଛି।