ଅନୁଗୋଳ ଆସିଥିଲେ ନିଜାମୁଦ୍ଦିନ ଫେରନ୍ତା : ଚିହ୍ନଟ ପରେ କ୍ୱାରାଣ୍ଟାଇନରେ ୧୨ ଜଣ

ଅନୁଗୋଳ ଅଫିସ୍, ୨ା୪- ଦିଲ୍ଲୀର ହଜରତ ନିଜାମୁଦ୍ଦିନରେ ଯୋଗ ଦେଇଥିବା ମୁସଲିମ ସମ୍ପ୍ରଦାୟର ପ୍ରାୟ ୩ ଜଣ ଧର୍ମଗୁରୁ ଅନୁଗୋଳ ଆସିଥିବା ଜଣାପଡିଛି । ସେମାନେ ଶିମିଳିପଡାର ଜଣଙ୍କ ଘରେ ରହିବା ସହ ସ୍ଥାନୀୟ ମସଜିଦକୁ ମଧ୍ୟ ଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହା ଜଣାପଡିବା ପରେ ସମ୍ପୃକ୍ତ ପରିବାରର ୫ ଜଣ ସଦସ୍ୟ ଏବଂ ମସଜିଦରେ ରହୁଥିବା ଶିଶୁଙ୍କ ସମେତ ୭ ଜଣଙ୍କୁ ଚିହ୍ନଟ କରାଯାଇଛି । ସମସ୍ତ ୧୨ ଜଣଙ୍କୁ ପ୍ରଶାସନ ପକ୍ଷରୁ ପୌରପାଳିକାର ବାଳିକା ଉଚ୍ଚ ବିଦ୍ୟାଳୟରେ ହୋଇଥିବା କ୍ୱାରାଣ୍ଟାଇନ ହୋମରେ ରଖଯାଇଛି । ଏପରିକି ଗତ ସପ୍ତାହରେ ସମ୍ପୃକ୍ତ ଧର୍ମଗୁରୁମାନେ ଅନୁଗୋଳରେ ରହିବା ପରେ ପଶ୍ଚିମବଙ୍ଗ ଯାଇଥିବା ସୂଚନା ମିଳିଛି।

Share