ଅନୁଗୋଳ ଗସ୍ତରେ ମନ୍ତ୍ରୀ ଟୁକୁନି ସାହୁ, ବିଭିନ୍ନ କାର୍ଯ୍ୟର କଲେ ସମୀକ୍ଷା

ଅନୁଗୋଳ ଅଫିସ,୧୪।୧୨: ଅନୁଗୋଳ ଗସ୍ତରେ ମହିଳା ଓ ଶିଶୁ କଲ୍ୟାଣ ଏବଂ ମିିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ। ଏହି ଅବସରରେ ସେ ଅନୁଗୋଳ ସର୍କିଟ ହାଉସ୍‌ରେ ଶନିବାର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହା ପୂର୍ବରୁ ସେ ସହର ଉପକଣ୍ଠରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ଓ ଆଦୃତ ଶିଶୁ ଗୃହ ପରିଦର୍ଶନ କରିଛନ୍ତି। ସର୍କିଟ ହାଉସ୍‌ ସମୀକ୍ଷା ବୈଠକରେ ଆଠମଲ୍ଲିକ ବିଧାୟକ ରମେଶ ସାଏ, ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଅଛନ୍ତି।

Share