ଅନୁଗୋଳ ଅଫିସ, ୧୯।୨: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ଚଳିତ ବର୍ଷ ଅନୁଗୋଳ ଜିଲାର ୮୫ଟି ପରୀକ୍ଷା କେନ୍ଦ୍ରରେ ୨୬୨ଟି ଉଚ୍ଚ ବିଦ୍ୟାଳୟର ମୋଟ ୧୭ ହଜାର ୫୧୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଜିଲାପାଳ ମନୋଜ କୁମାର ମହାନ୍ତି ଅନୁଗୋଳ ଉଚ୍ଚ ବିଦ୍ୟାଳୟ ସହ ଟାଉନ ହାଇସ୍କୁଲ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ହୁଲୁରିସିଂହା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିବା ସୂଚନା ମିଳିଛି।